Home ଓଡ଼ିଶା ବିରୋଧ ଯୋଗୁ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅଧାରୁ ବାତିଲ

ବିରୋଧ ଯୋଗୁ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅଧାରୁ ବାତିଲ

130

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଆୟୋଜିତ କୃଷକ ସଚେତନତା କାର୍ଯ୍ୟକ୍ରମ ଚାଷୀମାନଙ୍କ ପ୍ରବଳ ବିରୋଧ ଯୋଗୁ ବନ୍ଦ ହୋଇଯାଇଛି। ଫସଲ ବୀମା ଆଦି ଦାବି ନେଇ ଆନ୍ଦୋଳନ ଚଳାଇଥିବା ଚାଷୀମାନେ କାର୍ଯ୍ୟକ୍ରମ ଜାଗାରେ ପହଂଚି ପ୍ରବଳ ପ୍ରତିବାଦ କରିବାରୁ ଏହା ଭଣ୍ଡୁର ହୋଇଥିଲା। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓୟୁଏଟି, କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବି ଋତୁର ଫସଲରେ ସାରର ଉପଯୁକ୍ତ ବ୍ୟବହାର ନମନ୍ତେ ସଚେତନା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଦିନ ୧୨ଟା ପର୍ଯ୍ୟନ୍ତ ବୈଷୟିକ ଅଧିବେଶନ ପରେ େଓବ କାଷ୍ଟିଂ ଜରିଆରେ କେନ୍ଦ୍ର କୃଷି ମନ୍ତ୍ରୀ ଉଦବୋଧନ ଦେଇଥାଆନ୍ତେ। ଦେଶର ବିଭିନ୍ନ ଜି୍ଲ୍ଲା ସଦର ମହକୁମା ଭଳି ଇଣ୍ଟରନେଟ ସଂଯୋଗ ସହିତ ସମ୍ବଲପୁର ଠାରେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଥିଲା।

ଏହାର ବୈଷୟିକ ଅଧିବେଶନ ସମୟରେ ବିଭିନ୍ନ ବ୍ଲକର କିଛି ଚାଷୀ ହଲରେ ଏବଂ ଓୟୁଏଟି, କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ବିଭାଗର ଅଧିକାରୀ, ବିଶେଷଜ୍ଞ ବୃନ୍ଦ ସଭାମଂଚରେ ଉପସ୍ତିତ ଥିଲେ। କୃଷି ଉପନିର୍ଦ୍ଦେଶକ ତାଙ୍କ ଉଦଘାଟନୀ ଭାଷଣ ଦେବା ପରେ କୁଚିଣ୍ଡା ଗସ୍ତରେ ବାହାରି ଯାଇଥିଲେ। ଏହା ପରେ ପରେ ଜିଲ୍ଲାପାଳଙ୍କ ଦପ୍ତର ଆଗରେ ଫସଲ ବୀମା ପ୍ରଭୃତି ଦାବି ନେଇ ଅନଶନ ଆନ୍ଦୋଳନ ଚଳାଇଥିବା ବହୁ ଚାଷୀ ସେଠାରୁ ଅଧ କିଲୋମିଟର ଦୂରରେ ଥିବା ବିଭାଗର ଏହି ସଚେତନତା ଶିବରିରେ ପହଂଚି ସ୍ଲୋଗାନ ଓ ନାରାବାଜୀ କରିଥିଲେ। ଚାଷୀମାନେ ଉପଯୁକ୍ତ ନ୍ୟାୟ ପାଉନଥିଲା ବେଳେ ଏହି କାର୍ଯ୍ୟକ୍ରମର କଣ ଦରକାର ରହିଛି ବୋଲି ଅନଶନ ଜାଗାରୁ ଆସିଥିବା ଚାଷୀନେତା ମାନେ ପ୍ରଶ୍ନ କରିଥିଲେ। ଫଳରେ ସରକାରୀ କାର୍ଯ୍ୟକ୍ରମ ଆଗକୁ ବଢିପାରିନଥିଲା। କେନ୍ଦ୍ର ମନ୍ତ୍ରୀଙ୍କ େଓବ କାଷ୍ଟିଂ ଭାଷଣ ପୂର୍ବରୁ ଏହା ବନ୍ଦ ହୋଇଯାଇଥିଲା। କେଉଁ ଆଧାରରେ ଏହି ସରକାରୀ ଶିବିରକୁ ଚାଷୀମାନଙ୍କୁ ଡ଼କାଯାଇଛି ବୋଲି ଚାଷୀନେତା ମାନେ ପ୍ରଶ୍ନ କରିଥିଲେ। ପରିସ୍ଥିତି ଉତ୍ତେଜକ ହେବାରୁ ଆୟୋଜକ ମାନେ ସଚେତନତା କାର୍ଯ୍ୟକ୍ରମକୁ ସ୍ଥଗିତ ହେଲା ବୋଲି ଘୋଷଣା କରିଥିଲେ। ହେଲେ ସଭା ଜାଗାରେ କୈାଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇନଥିଲା। କୈାଣସି ସୂତ୍ରରୁ ଖବର ପାଇ ପରେ ପୋଲିସ ପ୍ରେକ୍ଷାଳୟ ପରିସରରେ ପହଂଚିଲା ବେଳକୁ ସବୁ ସରିଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.