Home ଓଡ଼ିଶା ଜଳ ଶକ୍ତି ସଂରକ୍ଷଣ ପାଇଁ ମାରାଥନ

ଜଳ ଶକ୍ତି ସଂରକ୍ଷଣ ପାଇଁ ମାରାଥନ

443

ସମ୍ବଲପୁର, ୨୨/୧୦ (ଓଡ଼ିଆ ପୁଅ) ସ୍ୱଛତା ପକ୍ଷ ପାଳନ ଅବସରରେ ସମ୍ବଲପୁର ଭାରତୀୟ ପ୍ରବଂଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ଆଜି ଏକ ମାରାଥନ ଆୟୋଜନ କରାଯାଇଥିଲା। ଜଳ ଶକ୍ତି ଅଭିଯାନ ବାବଦରେ ସଚେତନତା ସୃଷ୍ଟି ନେଇ ଆୟୋଜିତ ଏହି ମାରାଥନରେ ଗଂଗାଧର ମେହେର ବିଶ୍ୱ ବିଦ୍ୟାଳୟର ଲିଂଗରାଜ ବେହେରା ପ୍ରଥମ ଏବଂ ଆଇଆଇଏମର ସିଦ୍ଦେଶ ପାଟିଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏମାନଙ୍କୁ ଯଥାକ୍ରମେ ୫ ହଜାର ଟଙ୍କା ଓ ୩ ହଜାର ଟଙ୍କାର ପୁରସ୍କାର ରାଶି ସହିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ସଂସ୍ଥାନର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ୱାଲ ପୁରସ୍କାର ବିତରଣ କରିଥିଲେ। ଆଇଆଇଏମ, ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ ସମେତ ଆଖପାଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପାଂଚ କିଲୋମିଟର ଦୀର୍ଘ ଏହି ମାରାଥନରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.