Home ଜିଲ୍ଲା ପରିକ୍ରମା ବିରୋଧୀ ଦଳ ଉପନେତାଙ୍କ ଧାମନଗର ଏସକେପ ପରିଦର୍ଶନ

ବିରୋଧୀ ଦଳ ଉପନେତାଙ୍କ ଧାମନଗର ଏସକେପ ପରିଦର୍ଶନ

51

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟାରେ ଧାମନଗର ବ୍ଲକରେ ନାହିନଥିବା କ୍ଷତି ହୋଇଛି । ଚାଷଜମି, ଘରଦ୍ୱାର, ରାସ୍ତାଘାଟ ଏପରିକି ବନ୍ୟାରେ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ବନ୍ୟା ସମୟରେ କୌଣସି ନଦୀବନ୍ଧରେ ଘାଇ ହୋଇନଥିବା ବେଳେ ବୈତରଣୀ ଓ ଗେଙ୍ଗୁଟି ନଦୀ ଏସକେପରୁ ବନ୍ୟାଜଳ ବାହାରି ବ୍ଲକର ୨୭ ପଞ୍ଚାୟତରେ କ୍ଷୟକ୍ଷତି ଘଟିଛି । ତେବେ ବନ୍ୟାର କାରଣ ଏସକେପ ହୋଇଥିବାରୁ ଆଜି ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବୈତରଣୀ ନଦୀର ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସକେପ ପରିଦର୍ଶନ କରିଥିଲେ । ଏହି ସମୟରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ସହକାରୀ ଯନ୍ତ୍ରୀ କିଶୋର ଦାସଙ୍କ ସହିତ ବିଧାୟକ ଶ୍ରୀ ସେଠୀ ଏସକେପ ସଂପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ଏସକେପ ଯୋଗୁଁ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଏହି ଦୁଇ ଏସକେପ ଉପରେ ଓଭର ବ୍ରିଜ ନିର୍ମାଣ ସହିତ ଏସକେପର ଉଚ୍ଚତା ବୃଦ୍ଧି ପାଇଁ ବିଧାୟକ ଶ୍ରୀ ସେଠୀ ନିର୍ବାହୀ ଯନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ । ଫଳରେ ବନ୍ୟା ସମୟରେ ସ୍ଥାନୀୟ ଲୋକେ ଆତଯାତ କରିପାରିବା ସହିତ କ୍ଷୟକ୍ଷତିକୁ କିଛି ମାତ୍ରାରେ ରୋକା ଯାଇପାରିବ ବୋଲି ବିଧାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେହିପରି ଏସକେପର ସୁଦୃଢୀକରଣ ସହିତ ବନ୍ୟା ସମୟରେ ଯେପରି ବନ୍ୟାଜଳ ଜନବସତି ଆଡକୁ ନଯିବ ସେଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଘଟଣାର ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି । ପରେ ବିଧାୟକ ଦଳାଙ୍ଗ, ରାମେଶ୍ୱରପୁ. ବିରୁହାଁ, ଦାସପାରି, କଣ୍ଟିଦୋଳ ଆଦି ବନ୍ୟାଞ୍ଚଳ ଗସ୍ତ କରିଥିଲେ । ବିଧାୟକଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବିଜେପି ଜିଲା ସଭାପତି ବଦ୍ରୀନାରାୟଣ ଧଳ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ବିଜେପି ଜିଲା ସାଧାରଣ ସମ୍ପାଦକ ଅଶୋକ ପୁହାଣ, ଜିଲା ଉପସଭାପତି ଚତ୍ରୁଭୁଜ ନାୟକ, ମଣ୍ଡଳ ସଭାପତି ଅରବିନ୍ଦ ପତି, ଆନନ୍ଦପୁର ସରପଞ୍ଚ ବିଜୟ କୁମାର ଦାସ, ବୁଦ୍ଧଦେବ ଜେନା, ସନ୍ତୋଷ ଦାସଅଧିକାରୀ, ବିଜୟ ରାମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.