Home ଜିଲ୍ଲା ପରିକ୍ରମା ଚୋରା ମଦ ଜବତ,ଜଣେ ଗିରଫ

ଚୋରା ମଦ ଜବତ,ଜଣେ ଗିରଫ

32

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ବାଲିପାଟଣା ଗ୍ରାମରୁ ଗତକାଲି ରାତିରେ ଧୁଷୁରୀ ପୁଲିସ ଚଢଉ କରି ଜଣେ ଚୋରା ମଦ ବେପାରିକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୮୦ ଲିଟର ଚୋରା ଦେଶୀ ମଦ ଜବତ କରିଛି । ଗ୍ରାମର ବ୍ରଦ୍ମାନନ୍ଦ ବାରିକ ନିଜ ଘରେ ଏହି ଚୋରା ମଦ ରଖି ବିକ୍ରି କରୁଥିବା ଖବରପାଇ ଧୁଷୁରୀ ଥାନା ଏଏସଆଇ ଧ୍ରୁତରାଷ୍ଟ୍ର ମଲିକ ସେଠାରେ ଚଢଉ କରିଥିଲେ । ପୁଲିସ ଚୋରା ମଦ ସହିତ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ କେଶ ନଂ-୧୭୧/୨୦ରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.