Home ଜିଲ୍ଲା ପରିକ୍ରମା ଧାମରାରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ

ଧାମରାରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ

119

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଥିବା ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଏକ ଏଟିଏମକୁ କେହି ଦୁର୍ବୁର୍ତ ଭାଙ୍ଗି ଲକରରେ ଥିବା ସମସ୍ତ ଟଙ୍କା ଲୁଟ କରି ନେଇଛନ୍ତି । ଖବରରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଧାମରା ବଜାର ଠାରୁ ୨ଶହ ମିଟର ଦୂରରେ ଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କର ଏକ ଏଟିଏମ କୁ ଭାଙ୍ଗି ଦେବା ସହ ଏଟିଏମ ମଧ୍ୟରେ ଥିବା ସିସିସଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଏଟିଏମ ମଧ୍ୟରେ ଥିବା ଲକରକୁ ସଂପୂର୍ଣ ଭାଙ୍ଗିଦେଇଥିଲେ । ଏହି ଲକରରେ ଥିବା ସମସ୍ତ କ୍ୟାସକୁ ଦୁର୍ବୁର୍ତ ମାନେ ଲୁଟି ନେଇଯାଇଥିଲେ । ଆଜି ସକାଳ ସମୟରେ ଏହି ଏଟିଏମ ଭଙ୍ଗା ହୋଇ ପଡିଥିବାର ସ୍ଥାନୀୟ ଲୋକ ଦେଖି ବ୍ୟାଙ୍କ ପରିଚାଳକଙ୍କୁ ଖବର ଦେଇଥିଲେ । ପରେ ଏ ନେଇ ଧାମରା ମେରାଇନ ଥାନାରେ କେସ ରୁଜୁ ହୋଇ ତଦନ୍ତ ଜାରୀ ରହିଛି ବୋଲି ଧାମରା ବ୍ୟାଙ୍କ ଶାଖାର ପ୍ରବନ୍ଧକଙ୍କ ନିକଟରୁ ପ୍ରକାଶ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଏଟିଏମ ଏକ ନିଛାଟିଆ ସ୍ଥାନରେ ଥିବା ବେଳେ ଏହି ଏଟିଏମକୁ ଦୁବୁର୍ତ ମାନେ ବହୁବାର ଭାଙ୍ଗି ଟଙ୍କା ଲୁଟ କରି ନେଉଛନ୍ତି ।ଏହି ଏଟିଏମ ଠାରେ ନିରାପତା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରି ଆସୁଥିବା ବେଳେ ବ୍ୟାଙ୍କ ପ୍ରଶାସନ ଏଠାରେ ନିରାପତା ଅଧିକାରୀ ନିଯୁକ୍ତି ଦେବାର ନିୟମ ନାହିଁ ବୋଲି ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.