Home ଜିଲ୍ଲା ପରିକ୍ରମା ବିରୋଧୀ ଦଳର କର୍ମୀଙ୍କୁ ରିଲିଫ୍ ମନା : ଆଇନ୍‌ରେ ଆଶ୍ରୟ ନେବେ ବନ୍ୟା ବିପନ୍ନ

ବିରୋଧୀ ଦଳର କର୍ମୀଙ୍କୁ ରିଲିଫ୍ ମନା : ଆଇନ୍‌ରେ ଆଶ୍ରୟ ନେବେ ବନ୍ୟା ବିପନ୍ନ

107

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ୍ ରାଜନଗର ପଂଚାୟତ ଅଧୀନ ଗୁରୁଦାସପୁର ଗାଁର ୭ଟି ମୂଳ ପରିବାର ରିଲିଫ୍ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ଏସିସି ଲିଷ୍ଟରେ ସେମାନଙ୍କ ନାମ ଥାଇ ମଧ୍ୟ ପଂଚାୟତ ପ୍ରଶାସନ ଜାଣିଶୁଣି ଏବଂ ରାଜନୈତିକ ଅଭିସନ୍ଧି ରଖି ସେମାନଙ୍କୁ ରିଲିଫ୍ ପ୍ରଦାନ କରିନଥିବା କୁହାଯାଇଛି । ରିଲିଫ୍ ପାଇନଥିବା ଏହି ହିତାଧିକାରୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦେବାପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରପଞ୍ଚ ସେମାନଙ୍କୁ ବେଖାତିର କରି ଚାଲିଛନ୍ତି । ଏବଂ ବିରୋଧୀ ଦଳର କର୍ମୀଙ୍କୁ ସରକାରଙ୍କ ରିଲିଫ୍ ଦିଆଯିବ ନାହିଁ ବୋଲି ସରପଞ୍ଚ ସେମାନଙ୍କୁ ଚେତାବନୀ ଦେଇଥିବା ହିତାଧିକାରୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତଥାପି ହାରିନାହାଁନ୍ତି ଏହି ବିପନ୍ନମାନେ । ଆଗାମୀ ଦିନରେ ସେମାନଙ୍କୁ ରିଲିଫ୍ ଯୋଗାଇ ଦିଆନଗଲେ ଆଇନ୍‌ର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ଗୁରୁଦାସପୁର ଗାଁ ପାଇଁ ମୋଟ ୧୦୬ ଟି ପରିବାର ପାଇଁ ରିଲିଫ୍ ଅନୁମୋଦିତ ହୋଇଛି । ଏବଂ ମୂଳ ପରିବାର ତଥା ଏସିସି ଲିଷ୍ଟରେ ନାମ ଥାଇ ମଧ୍ୟ ସେମାନେ ବାଦ୍ ପଡିଥିବା ସ୍ୱୀକାର କରିଛନ୍ତି ସରପଞ୍ଚ ସନାତନ ରାଉତ । ଏନେଇ ସେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଅତିରିକ୍ତ ରିଲିଫ୍ ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.