Home ଜିଲ୍ଲା ପରିକ୍ରମା ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

87

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ମଠସାହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଛାତ ପକାଇବା କାର୍ଯ୍ୟରେ ନିୟୋଜିତ ଦକ୍ଷିଣବାଡ ଗ୍ରାମର ଶ୍ରମିକ ପ୍ରଶାନ୍ତ ଜେନା(୪୦) ବୁଧବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । କାମ ସାରିବା ପରେ ଦିନ ପ୍ରାୟ ୩ଟା ବେଳେ ଅସାବଧାନତା ବଶତଃ ପ୍ରଶାନ୍ତ ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କ ଶରୀରର ଅନେକ ଅଂଶ ପୋଡିଯାଇଛି । ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଡାକ୍ତରଖାନା ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.