Home ଆନ୍ତର୍ଜାତୀୟ ବିମାନ ଦୁର୍ଘଟଣା ଉପରେ ଇରାନ ସେନାର କବୁଲନାମା : ମାନବୀୟ ଭୁଲରେ ବିମାନ ଖସାଯାଇଥିଲା

ବିମାନ ଦୁର୍ଘଟଣା ଉପରେ ଇରାନ ସେନାର କବୁଲନାମା : ମାନବୀୟ ଭୁଲରେ ବିମାନ ଖସାଯାଇଥିଲା

414

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ତେହରାନ ବିମାନ ବନ୍ଦର ନିକଟରେ ଥିବା ବୁଧବାରଦିନ ୟୁକ୍ରେନ ବିମାନ ଦୁର୍ଘଟଣା ଉପରେ ଇରାନର ସେନା ବୟାନ ଦେଇ କହିଛି କି ଭୁଲରେ ବିମାନକୁ ମାରି ଖସାଇ ଦିଆଯାଇଥିଲା।

ସୂଚନାଯୋଗ୍ୟଯେ, ବୁଧବାରଦିନ ତେହରାନ ନିକଟରେ ଉଡ଼ାଣ ଭରିବାର କିଛି ସମୟ ପରେ ୟୁକ୍ରେନ ଏୟାର ଲାଇନ୍ସର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ୧୭୬ ଯାତ୍ରୀ ଥିଲେ। ସମସ୍ତଙ୍କର ମୃତ୍ୟୁ ହୋଇଥିଲା।

ଏହା ପୂର୍ବରୁ ଇରାନ ଇରାକରେ ଆମେରୀକାର ଠିକଣା ସ୍ଥାନକୁ ନିଶାନା ବନାଇ ଅନେକ ମିସାଇଲ୍ କ୍ଷେପଣ କରିଥିଲା। ଆମେରିକା, ବ୍ରିଟେନ ଏବଂ କାନାଡା ଅଧିକାରୀମାନେ କହିଥିଲେ କି ତାଙ୍କ ପାଖରେ ଏହାର ଭିଡିଓ ଅଛି ଯେଉଁଥିରେ ଏହା ପ୍ରମାଣିତଯେ ଏହି ବିମାନ ଦୁର୍ଘଟଣା ଇରାନ ଦ୍ୱାରା ଛଡ଼ା ଯାଇଥିବା ମିସାଇଲର ମାଡ଼ରେ ଖସି ପଡ଼ିଥିଲା। କିନ୍ତୁ ଇରାନ କହିଥିଲା ଯାନ୍ତ୍ରୀକ ତୃଟି ଯୋଗୁଁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.