Home ଓଡ଼ିଶା ଜେଏନୟୁ ହିଂସା: ହ୍ୱାଟ୍ସଆପ୍ ଗ୍ରୁପ ‘ୟୁନିଟି ଏଗେନ୍ଷ୍ଟେ ଲେଫ୍ଟ’ ହିଂସା ଉସୁକାଇଥିବା ଅଭିଯୋଗ – ପୁଲିସ୍...

ଜେଏନୟୁ ହିଂସା: ହ୍ୱାଟ୍ସଆପ୍ ଗ୍ରୁପ ‘ୟୁନିଟି ଏଗେନ୍ଷ୍ଟେ ଲେଫ୍ଟ’ ହିଂସା ଉସୁକାଇଥିବା ଅଭିଯୋଗ – ପୁଲିସ୍ ସୂତ୍ରରୁ ୩୭ ସଦସ୍ୟ ଚିହ୍ନିତ, ଗ୍ରୁପରେ ସର୍ବମୋଟ ୬୦ ସଦସ୍ୟ ଥିଲେ

564

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ଜେଏନୟୁ ହିଂସା ମାମଲାରେରେ ଯେଉଁ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ହିଂସା ପ୍ରସାରିତ କରିବାର ଅଭିଯୋଗ ଲଗାଯାଇଛି ସେଥିରେ ଥିବା ୬୦ ରୁ ୩୭ ସଦସ୍ୟମାନଙ୍କୁ ଚିହ୍ନିତ କରାଯାଇଛି। ପୁଲିସ ସୂତ୍ର ମୁତାବକ ଏହି ୩୭ ଲୋକମାନଙ୍କୁ ନୋଟିସ ପଠାଇ ଶୀଘ୍ର ପଚରା ଉଚରା କରିବା ପାଇଁ ଡକାଯିବ। ଏହି ଗ୍ରୁପର ଆଡମିନ ଯୋଗେନ୍ଦ୍ର ଭାରଦ୍ୱାଜ ନାମକ ଜଣେ ଛାତ୍ର ଅଟେ। ଗତ କାଲି ହିଁ ଦିଲ୍ଲୀ ପୁଲିସ ଏହାର ଖୁଲାସା କରିଥିଲା। ଦିଲ୍ଲୀ ପୋଲିସ୍ ଯୋଗେନ୍ଦ୍ର ଭାରଦ୍ବାଜ ଜେଏନୟୁର ହିଁ ଷ୍ଟୁଡେଣ୍ଟ ଏବଂ ଏବିବିପି ସମ୍ବନ୍ଧିତ ବୋଲି କହିଥିଲା।

ଏହା ସହିତ ଏକ ବଡ଼ ସୂଚନା ସାମନାକୁ ଆସିଛି। ଗଣମାଧ୍ୟମର ସୂତ୍ରରୁ ମିଳିଥିବା ଖବର ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ‘ୟୁନିଟି ଏଗେଂଷ୍ଟ ଲେଫ୍ଟ’ ନାମକ ଯେଉଁ ଗ୍ରୁପରେ ୩୭ ଲୋକଙ୍କୁ ଚିହ୍ନିତ କରାଯାଇଛି ସେମାନଙ୍କ ମଧ୍ୟରେ ପ୍ରାୟତଃ ୧୦ଜଣ ବାହାରର ଲୋକ ଥିଲେ ଯେଉଁମାନେ ହିଂସା ଘଟାଇଥିଲେ। ଜାଞ୍ଚ ସମୟରେ ଏହା ମଧ୍ୟ ଜଣାପଡ଼ିଛି କି ହିଂସା ଘଟାଇବା ପାଇଁ ବାହରର ଲୋକଙ୍କର ସହାୟତା ନିଆଯାଇଥିଲା।

JNU ର ଷ୍ଟୁଡେଂଟ୍ସ ହିଁ ଏହି ବାହର ଉପଦ୍ରବୀମାନଙ୍କୁ କ୍ୟାମ୍ପସ୍ ରେ ଏଣ୍ଟ୍ରି କରାଇଥିଲେ। ଏଥିରେ ଜେଏନୟୁର ସିକ୍ୟୋରିଟି ମଧ୍ୟ ସନ୍ଦେହ ଘେରରେ ଆସିପାରେ। ଆଇଶୀ ଘୋଷ ସମେତ ଯେଉଁ ୯ ଜଣ ଲୋକମାନଙ୍କରର ଭାୟରାଲ ଭିଡିଓ ଆଧାରରେ ପରିଚୟ ହୋଇଛି ତାଙ୍କ ବିରୁଦ୍ଧରେ ଇଲେକ୍ଟ୍ରୋନିକ, ଡିଜିଟାଲ ଏବଂ ଫରେନ୍ସିକ ଏଭିଡେନ୍ସସ ଏକତ୍ର କରାଯାଉଛି। ଏହା ପରେ ଶିଘ୍ର ସେମାନଙ୍କୁ ମଧ୍ୟ ପଚରା ଉଚରା କରିବା ପାଇଁ ଡକାଯିବ।

ସୂଚନାଯୋଗ୍ୟଯେ, ଜେଏନୟୁ କ୍ୟାମ୍ପସ୍ ରେ ହୋଇଥିବା ହିଂସାକୁ ନେଇକରି ଦିଲ୍ଲୀ ପୁଲିସ ଶୁକ୍ରବାରଦିନ ପ୍ରେସ କନ୍ଫ୍ରେଂସ କରିଥିଲା। ଦିଲ୍ଲୀ ପୁଲିସ ଡିସିପି କ୍ରାଇମ ଜୟ ତିର୍କୀ କହିଥିଲେଯେ ବହୁତ ସଂଖ୍ୟାରେ ଛାତ୍ର ୱିଣ୍ଟର ସେମିଷ୍ଟାର ଏକ୍ଜାମ ରେଜିଷ୍ଟ୍ରେସନ ପକ୍ଷରେ ଥିଲେ କିନ୍ତୁ SFI, AISF, AISA ଏବଂ DSF ଏହାର ବିରୁଦ୍ଧରେ ଥିଲେ।

ଦିଲ୍ଲୀ ପୁଲିସ ମୁତାବକ ଚାରି ଜାନୁଆରୀରେ ସର୍ଭର ରୁମକୁ ସମ୍ପୂର୍ଣ୍ଣ ଭାବରେ ବର୍ବାଦ କରି ଦିଆଯାଇଥିଲା। ୫ ଜାନୁଆରୀ ସକାଳେ ୧୧.୩୦ ମିନିଟ୍ ସମୟରେ ମାରପିଟ ହୋଇଥିଲା। ପୁଲିସ କହିଛିଯେ କିଛି ମୁଖାପିନ୍ଧା ଆକ୍ରମଣକାରୀଙ୍କୁ ଜଣାଥିଲା କି କେଉଁ କେଉଁ ରୁମ କୁ ଯିବାକୁ ହେବ ଏବଂ ଛାତ୍ରମାନଙ୍କୁ ବାଛିବାଛିକରି ନିଶାନା ବନାଯାଇଥିଲା।

ପୁଲିସ ମୁତାବକ ସିସିଟିଭି କ୍ୟାମେରା କାମ କରୁନଥିଲା। ପ୍ରେସ କନ୍ଫ୍ରେଂସ ସମୟରେ ପୁଲିସ କହିଛି କି ୪ ଜାନୁଆରୀରେ ଚାରି ଛାତ୍ର ସଂଗଠନର ଛାତ୍ରମାନେ ଆକ୍ରମଣ କରିଥିଲେ। ପୁଲିସ ଅନୁସାରେ ଏହି ଛାତ୍ର SFI, AISA, AISF, DSF ସମ୍ବନ୍ଧିତ ଥିଲେ। ଏହି ଛାତ୍ରମାନେ ରେଜିଷ୍ଟ୍ରେସନର ବିରୋଧ କରୁଥିଲେ। ତା’ ପରେ ଆସନ୍ତା ଦିନ ମୁଖାପିନ୍ଧା ଦଳ ଆକ୍ରମଣ କରିଥିଲେ।

ଦିଲ୍ଲୀ ପୁଲିସ ହିଂସା ମାମଲାରେ ସର୍ବମୋଟ ତିନୋଟି କେସ ରୁଜୁ କରିଛି। ସର୍ଭର ରୁମ ଭଙ୍ଗା ମାମଲାରେ, ଦ୍ୱିତୀୟ ରେଜିଷ୍ଟ୍ରେସନ ସମର୍ଥକମାନଙ୍କର ମାମଲାରେ ଏବଂ ତୃତୀୟ ହଷ୍ଟେଲରେ ପଶି ଆକ୍ରମଣ କରିବାକୁ ନେଇକରି ମାମଲା ରୁଜୁ ହୋଇଛି। ପୁଲିସ କହିଛିଯେ ଚୁନଚୁନ କୁମାର, ପଙ୍କଜ ମିଶ୍ରା, ଆଇଶୀ ଘୋଷ, ସୁଚେତା ତାଲ୍ଲୁକଦାର, ଭାସ୍କର ବିଜୟ, ପ୍ରିୟା ରଞ୍ଜନ, ୟୋଗେନ୍ଦ୍ର ଭାରଦ୍ୱାଜ (ୟୁନିଟି ଏଗେନ୍ଷ୍ଟେ ଲେଫ୍ଟ ର ଆଡମିନ), ବିକାଶ ପଟେଲ, ଡୋଲନ ସାମନ୍ତ ହିଂସାରେ ସଂଲିପ୍ତ ଥିଲେ।

ପୁଲିସର ଏହି ଅଭିଯୋଗ ଉପରେ ଆଇଶୀ ଘୋଷ ଗଣମାଧ୍ୟଉତ୍ତର ଦେଇଛନ୍ତି। ଘୋଷ କହିଛନ୍ତିଯେ, ପୁଲିସ ନିଜର ଜାଞ୍ଚ କରିପାରେ କିନ୍ତୁ ମୋ ପାଖରେ ମଧ୍ୟ ପ୍ରମାଣ ଅଛି କି କିଏ ମୋ ଉପରେ ଆକ୍ରମଣ କରିଛି। ମୋର ଆଇନ୍ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଆଶା କରୁଛି କି ଏହି ମାମଲାରେ ନିଷ୍ପକ୍ଷ ଜାଞ୍ଚ ହେବ। ମୋତେ ନ୍ୟାୟ ମିଳିବ। କିନ୍ତୁ ଦିଲ୍ଲୀ ପୁଲିସ ପକ୍ଷପାତ କାହିଁକି କରୁଛି। ମୋର ଅଭିଯୋଗକୁ ନେଇ ଏଫଆଇଆର ରୁଜୁ ହୋଇନାହିଁ। ମୁଁ କୌଣସି ରକମର ହିଂସା କରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.