Home ଓଡ଼ିଶା ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା – ଜିଅନ୍ତା ଜଳିଗଲେ ୨୦ରୁ...

ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା – ଜିଅନ୍ତା ଜଳିଗଲେ ୨୦ରୁ ଉର୍ଦ୍ଧ୍ୱ !

356

ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାର ଛିବରାମଉ ନିକଟରେ ଶୁକ୍ରବାରଦିନ ରାତିରେ ଏକ ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟତଃ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଆଶଂଙ୍କା କରାଯାଉଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ କୁହାଯାଉଛି କି କିଛି ଯାତ୍ରୀ ବସରେ ଫସିଯାଇଥିଲେ, ଅନ୍ୟ କିଛି ବାହାରି ବାରେ ସକ୍ଷମ ହୋଇପାରିଥିଲେ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟର ପ୍ରବନ୍ଧନ କରିବା ପାଇଁ ଜିଲାଧିକାରୀ ଏବଂ କନ୍ନୌଜର ପୁଲିସ ଅଧୀକ୍ଷକଙ୍କୁ ଦୁର୍ଘଟଣା ସ୍ଥଳରେ ପହଁଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିମଲ ବସ ସେବା ଦ୍ୱାରା ସଞ୍ଚାଳିତ ଏକ ଡବଲ ଡେକର ଘରୋଇ ବସ ଘିଲୋଇ ଗ୍ରାମ ନିକଟରେ ଥିବା ଏକ ଟ୍ରକ ସହିତ ଧକ୍କା ଦୋଇଥିଲା। ଏହି ବସ ଫର୍ରୁଖାବାଦରୁ ଛିବରାମଉ ହୋଇ ରାଜସ୍ଥାନର ଜୟପୁର ଯାଉଥିଲା।

ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାପାଇଁ ଚେଷ୍ଟା କରୁଛନ୍ତି। ଲୋକ ହତାହତ ହୋଇପାରନ୍ତି କାରଣ ଲୋକ ଭିତରେ ଅଛନ୍ତି। ସେଠାରେ କେତେ ଲୋକ ଆହତ କିମ୍ବା ମୃତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ନିଆଁକୁ ଆୟତ୍ତ କରାଗଲେ ଏହା ସ୍ପଷ୍ଟ ହେବ।

ପୁଲିସ କହିଛି କି ଗୁରସହାୟଗଞ୍ଜ (ଫରୁଖାବାଦ) ରେ ବସରେ ସର୍ବମୋଟ ୨୫ ଜଣ ଲୋକ ଯାତ୍ରା କରୁଥିଲେ ଏବଂ କିଛି ଲୋକ ଛିବରାମଉରୁ ଚଢ଼ିଥିଲେ, କିନ୍ତୁ ତାଙ୍କ ସଂଖ୍ୟା ସ୍ପଷ୍ଟ ନୁହେଁ। ଆହତ ଲୋକମାନଙ୍କୁ ଛିବରାମଉର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିଆଁକୁ ନିୟନ୍ତ୍ରିତ କରାଯାଇଥିବା ଖବର ମିଳିଛି ଏବଂ ଶିଘ୍ର ହିଁ ହତାହତଙ୍କର ଆକଳନ ହୋଇଯିବ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ମୃତ ଲୋକମାନଙ୍କର ପରିଜନମାନଙ୍କୁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ଏବଂ ଆହତମାନଙ୍କୁ ୫୦-୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.