Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବି ନେଇ ଆଶାକର୍ମୀ ରାଜରାସ୍ତାରେ

ବିଭିନ୍ନ ଦାବି ନେଇ ଆଶାକର୍ମୀ ରାଜରାସ୍ତାରେ

48

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମେଡିକାଲରେ କାର୍ଯ୍ୟରତ ଆଶାକର୍ମୀମାନେ ରାଜ୍ୟ ସଙ୍ଗଠନର ଆହ୍ୱାନରେ ବିଭିନ୍ନ ଦାବି ନେଇ ଆଜି ବନ୍ଦ ପାଳନ ସମୟରେ ରାଜରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରିଥିଲେ । ଆଶାକର୍ମୀଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା, ମାସିକ ସର୍ବନିମ୍ନ ମଜୁରୀ ଏକୋଇଶ ହଜାର ଟଙ୍କା ଦରମା ଓ ଦଶ ହଜାର ଟଙ୍କା ପେନସନ ପ୍ରଦାନ କରାଯିବା, ଅବସରକାଳୀନ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରାଯିବା, ଇପିଏଫ ଭଳି ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ଆଦି ଦାବିମାନ ପୂରଣ ପାଇଁ ଆଶାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏଥିପାଇଁ ଗତ ୨୪ ତାରିଖରେ ଜିଲ୍ଲାପାଳଙ୍କ ଜରିୟାରେ ଆଶା ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.