Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀରୁ ଉଦ୍ଧାର ହେଲା ୨ ପ୍ରାଚୀନ ବୁଦ୍ଧପ୍ରତିମା

ବୈତରଣୀ ନଦୀରୁ ଉଦ୍ଧାର ହେଲା ୨ ପ୍ରାଚୀନ ବୁଦ୍ଧପ୍ରତିମା

54

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ମୁଢ଼ାପଦା ମୌଜା ବୈତରଣୀ ନଦୀକୂଳରୁ ଦୁଇଟି ପ୍ରାଚୀନ ବୁଦ୍ଧ ପ୍ରତିମା ଉଦ୍ଧାର ହୋଇଛି । ଗ୍ରାମର ବୈଦ୍ୟନାଥ ମନ୍ଦିର ରାସ୍ତାର ମହାନ୍ତିସାହି ଲୋକେ ପ୍ରତିମା ଦୁଇଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ମଣିନାଥପୁର ଗ୍ରାମର ସୁରଥ ଦାସ ଓ ଗବେଷକ ବିଶ୍ୱମ୍ଭର ରାଉତ ପ୍ରତିମା ଦୁଇଟିକୁ ଷୋଳମପୁର ବୌଦ୍ଧବିହାରକୁ ହସ୍ତାନ୍ତର କରିବାକୁ ପ୍ରବର୍ତ୍ତାଇ ଥିଲେ । ସୋମବାର ପ୍ରତିମା ଦୁଇଟିକୁ ବୌଦ୍ଧବିହାରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଉଦ୍ଧାର ପ୍ରତିମା ଦ୍ୱୟ ବିରଳ ହସମୁଖ ବୁଦ୍ଧମସ୍ତକ ଓ ଅନ୍ୟଟି ଏକାଧିକ ଖୋଦେଇ ଅର୍ଦ୍ଧ ବୁଦ୍ଧ ପ୍ରତିମା ଅଟେ । ଦୁଇଟି ଯାକ ପ୍ରତିମା ଅଷ୍ଟମ ଶତାଦ୍ଦୀ ଭୌମକର ରାଜତ୍ୱ ସମୟର ବୋଲି ଐତୀହାସିକ ଏକାଦଶୀ ପାଢୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.