Home ଅପରାଧ ବିବାହର ପ୍ରତିଶ୍ରୁତି ଦେଇ ମାସମାସ ଧରି ଯୁବତୀଙ୍କୁ ଦୁଷ୍କର୍ମ, ୬ମାସର ଗର୍ଭବତୀ ପରେ ସଂପୃକ୍ତ ଯୁବକ...

ବିବାହର ପ୍ରତିଶ୍ରୁତି ଦେଇ ମାସମାସ ଧରି ଯୁବତୀଙ୍କୁ ଦୁଷ୍କର୍ମ, ୬ମାସର ଗର୍ଭବତୀ ପରେ ସଂପୃକ୍ତ ଯୁବକ ଫେରାର, ପୋଲିସ ତଦନ୍ତ ଜାରି

565

ହରିଚନ୍ଦନପୁର, ତା ୧୩ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିବାହର ପ୍ରତିଶ୍ରୁତି ଓ ବିଭିନ୍ନ ପ୍ରଲୋଭନ ଦେଖାଇ ମାସମାସ ଧରି ଯୁବତୀଙ୍କ ସହ ଦୁଷ୍କର୍ମ, ୬ମାସର ଗର୍ଭବତୀ ହେବା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଥିବା ନେଇ ଦୈତାରୀ ଥାନାରେ ଲିଖିତ ଅଭିଯୋଗ । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ଆଳୁତୁମା ଗ୍ରାମର ଯାତ ଦେହୁରୀଙ୍କ ଝିଅ (ଛଦ୍ମନାମ) ଜମୁନା(୧୮)ଙ୍କ ସହ ଗ୍ରାମର √ପିତାମ୍ବର ଦେହୁରୀଙ୍କ ପୁଅ ସୁଶାନ୍ତ ଦେହୁରୀ ପ୍ରେମ ସମ୍ପର୍କ ରଖିଥିଲେ । ପରେ ବିବାହର ପ୍ରତିଶ୍ରୁତି ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୀର୍ଘ ମାସ ଧରି ଦୁଷ୍କର୍ମ କରିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଯୁବକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଥିଲେ । ଯୁବକ ଜଣଙ୍କ ଫେରାର୍ ହୋଇଯିବା ନେଇ ପୀଡ଼ିତା ଜଣଙ୍କ କିଛି ଉପାୟ ନପାଇ ମାଆ ଗୁଣ୍ଠ ଦେହୁରୀଙ୍କୁ ଘଟଣା ସମ୍ପର୍କ ସବୁ କଥା ଜଣାଇଥିଲେ । ଝିଅ ଠାରୁ ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ସମାଧାନ ନିମନ୍ତେ ଗ୍ରାମର ଭଦ୍ର ଲୋକଙ୍କ ଏକ ସଭା ବସିଥିଲା । ହେଲେ ଉକ୍ତ ସଭାରେ ଉଚିତ୍ ନ୍ୟାୟ ମିଳିବା ଭଳି କୌଣସି ସମାଧାନ ବାଟ ବାହାରିନଥିଲା । ଶେଷରେ କିଛି ଉପାୟ ନପାଇ ନ୍ୟାୟ ଆଶାରେ ପରିବାର ସହ ପୀଡ଼ିତା ଦୈତାରୀ ଥାନା ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିସହ ଯୁବକଙ୍କ ପରିବାର ସବୁ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଲୁଚାଇ ରଖିଥିବା ପୀଡ଼ିତା କହିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ପୀଡ଼ିତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତରୀମାଇନା କରିବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ହେଲେ ଗତ ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ପୋଲିସ ସଂପୃକ୍ତ ଯୁବକଙ୍କ ପତ୍ତା ପାଇନଥିବା କାରଣରୁ ନ୍ୟାୟ ଆଶାରେ ଚାହିଁ ରହିଥିବା ପୀଡ଼ିତା ମଧ୍ୟରେ ଧିରେ ଧିରେ ଆଶା ତୁଟିବାକୁ ବସିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ପୀଡ଼ିତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଇବାକୁ ଗ୍ରାମବାସୀ ଓ ପୀଡ଼ିତା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.