Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ଉଠାଦୋକାନୀମାନଙ୍କୁ କରୋନା ସହାୟତା ରାଶି ପ୍ରଦାନ

ବିଧାୟକଙ୍କ ଦ୍ୱାରା ଉଠାଦୋକାନୀମାନଙ୍କୁ କରୋନା ସହାୟତା ରାଶି ପ୍ରଦାନ

43

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସମସ୍ତ ଉଠାଦୋକାନୀଙ୍କ ପାଇଁ ସରକାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ପ୍ରତି ଉଠାଦୋକାନୀଙ୍କ ପାଇଁ ୩ ହଜାର ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ଘୋଷଣା କରିବା ସହ ଉଠାଦୋକାନୀଙ୍କ ସହ ବାର୍ତ୍ତାଳପ ମଧ୍ୟ କରିଛନ୍ତି । ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୌର ଅଧିକାରୀଙ୍କ ସମେତ ଅନେକ ଉଠାଦୋକାନୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଭିସି ମାଧ୍ୟମରେ କରିଥିବା ସହାୟତା ଘୋଷଣାରେ ଯୋଗ ଦେଇଥିଲେ । ଏହି ଯୋଜନାରେ ଭଦ୍ରକ ଜିଲାରୁ ୨୯୫୭ ଓ ଭଦ୍ରକ ବ୍ଲକ୍ ଓ ପୌରପାଳିକାରୁ ୧୬୯୨ ଜଣ ଉଠାଦୋକାନୀ ସାମିଲ ହୋଇଥିବା ବିଷୟ ବିଧାୟକ ସଂଜୀବ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ଆଗକୁ ଭଦ୍ରକ ପୌରପାଳିକା ଅଧୀନରେ ୪ଟି ଭେଣ୍ଡିଂ ଜୋନ୍ ନିର୍ମାଣ ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.