Home ଜିଲ୍ଲା ପରିକ୍ରମା ଦେଇଥିବା ପ୍ରତିଶ୍ରୁତିକୁ ୭ ଦିନରେ ଶେଷ କରି ପ୍ରଶଂସାର ପାତ୍ର ପାଲଟିଲେ ଭଦ୍ରକ ବିଧାୟକ ସଂଜୀବ

ଦେଇଥିବା ପ୍ରତିଶ୍ରୁତିକୁ ୭ ଦିନରେ ଶେଷ କରି ପ୍ରଶଂସାର ପାତ୍ର ପାଲଟିଲେ ଭଦ୍ରକ ବିଧାୟକ ସଂଜୀବ

59

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ରାଜନେତାର ଲୋକପ୍ରିୟତା ତାର କଥା ଆଉ କର୍ମରୁ ଜଣାପଡିଥାଏ । କିନ୍ତୁ ଆଜିର ଦିନରେ ସେଭଳି ବ୍ୟକ୍ତିତ୍ୱର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଭଦ୍ରକ ଭଳି ଏକ ସଂଖ୍ୟାଲଘୁ ନିର୍ବାଚନ ମଣ୍ଡଳୀର ବିଧାୟକ ସଂଜୀବ ମଲ୍ଲିକଙ୍କ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆମ ରାଜ୍ୟର ଜଣେ ପ୍ରତିଷ୍ଠିତ ରାଜନୈତିକ ନେତା ନିଜ ପିତା ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ସଂଜୀବଙ୍କ ପଲଟିକାଲ କ୍ୟାରିୟର ଆରମ୍ଭ ଯଦିଓ ପ୍ରାୟ ୩ ବର୍ଷର, ତେବେ ନିଜ ପ୍ରତିଶ୍ରୁତି ପାଳନ କ୍ଷେତ୍ରରେ ସେ ପିତାଙ୍କ ଠାରୁ ଆଉ ଦୁଇପାଦ ଆଗେଇ ଯାଇଛନ୍ତି । ଯାହା ତାଙ୍କର ରାଜନୈତିକ ଜୀବନକୁ କରିଛି ଅଧିକ ଶାଣିତ । ଏମିତି ଏକ ଘଟଣାରେ ସେ ଯଦିଓ ପ୍ରଥମେ କିଛି ନ୍ୟସ୍ତସ୍ୱାର୍ଥ ସଂପନ୍ନ ବିରୋଧୀଙ୍କ ବିରୋଧାବାସର ସମ୍ମୁଖୀନ ହୋଇଥିଲେ । ମାତ୍ର ପିତାଙ୍କ ପରି ରାଜନୀତିର ଚତୁରତାରେ ଭଦ୍ରକ ପୌରପାଳିକା ୨୭ ନଂ ୱାର୍ଡରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ ବେଳର ନିମିସାହି ରାସ୍ତାର ଦୁରାବସ୍ଥା ଜନିତ ଲୋକଙ୍କ ପ୍ରତିରୋଧର ଚକ୍ରାନ୍ତକୁ ପଣ୍ଡ କରି ସଭାରେ ଦେଇଥିବା କଥାକୁ ୭ ଦିନ ଭିତରେ ଶେଷ କରି ପ୍ରଶଂସା ଗୋଟାଇବା ସହ ବିରୋଧୀଙ୍କ ମୁହଁରେ ତାଲା ପକାଇ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଲୋକଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି ‘ନେତା ହେବତ ଏମିତି’ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.