Home କେନ୍ଦ୍ରାପଡ଼ା ବିଦ୍ୟୁତ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନଦାବିରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଦ୍ୟୁତ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନଦାବିରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

41

କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବିଦ୍ୟୁତ ଠିକା ଶ୍ରମିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ସମ୍ମୁଖରେ ବିଭିନ୍ନ ଦାବିରେ ମଙ୍ଘଳବାର ଧାରଣା ଦିଆଯାଇଥିଲା। ଗତ ଅଗଷ୍ଟମାସ ୫ତାରିଖରେ କେନ୍ଦ୍ରାପଡା ଓ ମାର୍ଶାଘାଇ ଟି-ପି-ସି-ଓ-ଡି-ଏଲ-ମୁଖ୍ୟ ପରିଚାଳକଙ୍କୁ ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯିବା ପରେ ପରିଚାଳକଙ୍କ ପକ୍ଷରୁ ସଙ୍ଘ ସହିତ ଆଲୋଚନା କରାଯାଇ ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶୃତି ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ସେସବୁ ସମସ୍ୟାର ସମାଧାନ କରାନଯିବାରୁ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ସମ୍ମୁଖରେ ସଙ୍ଘ ପକ୍ଷରୁ ଧାରଣା ଦେବାକୁ କର୍ମଚାରୀମାନେ ବାଧ୍ୟ ହେଲେ ବୋଲି କୁହାଯାଇଛି। ଦାବି ଗୁଡିକ ମଧ୍ୟରେ ସମସ୍ତ ଏଜେନ୍ସି ଗୁଡିକରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ଓ ପରିଚୟପତ୍ର ତୁରନ୍ତ ପ୍ରଦାନ କରାଯିବା, ସମସ୍ତ କର୍ମଚାରୀଙ୍କୁ ଦଶହରା ଓ ଦୀପାବଳୀରେ ବୋନସ ପ୍ରଦାନ କରାଯିବା, ୪୪୦ ଭୋଲ୍ଟରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଲାଇନମ୍ୟାନ ଓ ହେଲପରମାନଙ୍କୁ ସୁରକ୍ଷା କିଟ ଓ ଯନ୍ତ୍ରପାତି ତୁରନ୍ତ ପ୍ରଦାନ କରାଯିବା, ସମସ୍ତ କର୍ମଚାରୀଙ୍କୁ ପ୍ରତ୍ୟେକମାସରେ ପେସ୍ଲିପ ପ୍ରଦାନ କରାଯିବା, ମିଟର ରିଡିଂ ଓ ବିଲ କଲେକ୍ସନ ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ କରାଯିବା, ଭଲ ମୋବାଇଲ, ପ୍ରିଂଟର, ସଠିକ ଡାଟା, ବିଲ କ୍ୟାନସେଲ ଓ ଆଇ-ଟି ସମସ୍ୟା ସହ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ସହଯୋଗ କରାଯିବା, ସମସ୍ତ କାର୍ଯ୍ୟ ଏକାଧିକ ସଂସ୍ଥା ମାଧ୍ୟମରେ ନକରାଯାଇ ଟି-ପି-ସି-ଓ-ଡି-ଏଲ-ଅଧିନରେ କରାଯିବା, କୋଭିଡ-୧୯ ସମୟରେ ଆବଶ୍ୟକ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉନଥିବାରୁ କର୍ମଚାରୀମାନେ କୋଭିଡର ଶୀକାର ହେଉଛନ୍ତି ତେଣୁ ସେମାନଙ୍କୁ ତୁରନ୍ତ ବୀମାଭୁକ୍ତ କରାଯାଇ କରୋନା ଯୋଦ୍ଧା ପ୍ରମାଣପତ୍ର ପ୍ରଦାନ କରାଯିବା, ପୂର୍ବରୁ କାମକରି ଆସୁଥିବା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯିବା, କାର୍ଯ୍ୟରତ ଲାଇନମ୍ୟାନ ଓ ହେଲପରମାନଙ୍କର ସେକ୍ସନ କ୍ୟାମ୍ପ ଓ କାର୍ଯ୍ୟ ନିରାପତା ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବା ପ୍ରଭୃତି ଦାବି ରହିଛି। ସଙ୍ଘର ସାଧାରଣ ସମ୍ପାଦକ ଶିଶୀର କୁମାର ନାୟକଙ୍କ ନେତୃତ୍ୱରେ ସଙ୍ଘର କର୍ମକର୍ତ୍ତା ଓ ସଭ୍ୟମାନେ ଧାରଣା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.