Home ଓଡ଼ିଶା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦିଆଯାଉ – ଧର୍ମେନ୍ଦ୍ର ପ୍ରଧାନ

ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦିଆଯାଉ – ଧର୍ମେନ୍ଦ୍ର ପ୍ରଧାନ

71

ଇସ୍ପାତ୍ ମନ୍ତ୍ରଣାଳୟର ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

– ଗ୍ରାମାଞ୍ଚଳର ଇସ୍ପାତ ଆବଶ୍ୟକତା ପୂରଣ ପାଇଁ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ
– ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଙଋି, ୫ ହଜାର ସବିଜି ପ୍ଲାଣ୍ଟ ପ୍ରତିଷ୍ଠା ଇସ୍ପାତ୍ ବ୍ୟବହାରକୁ ବଢ଼ାଇବ
– ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୨୦ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ୍‌ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର ଭୂମିକା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି। ନିକଟରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଙଋି, ୫ ହଜାର ସବିଜି ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନେକ କଲ୍ୟାଣକାରୀ ଯୋଜନା ଇସ୍ପାତ୍ ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହୋଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ କ୍ଷେତ୍ରର ଅଗ୍ରଣୀ ମାନଙ୍କୁ ଗ୍ରାମାଞ୍ଚଳର ଇସ୍ପାତ ଆବଶ୍ୟକତା ପୂରଣ ଦିଗରେ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଗ୍ରାମୀଣ ଭାରତରେ ଇସ୍ପାତ୍ ବ୍ୟବହାରକୁ ବଢାଇବା ଆମର ଲକ୍ଷ୍ୟ ରହିଛି। ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳରେ ନୂଆ ସୁଯୋଗ ତିଆରି ହେବ ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ।

ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି। ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି। ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.