Home ଓଡ଼ିଶା ବିଜେଡ଼ି ନିଦ ହଜେଇଛି ପ୍ରକାଶଙ୍କର ଅଣ୍ଡର କରେଣ୍ଟ

ବିଜେଡ଼ି ନିଦ ହଜେଇଛି ପ୍ରକାଶଙ୍କର ଅଣ୍ଡର କରେଣ୍ଟ

637

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଓଡ଼ିଶା ରାଜନୀତିର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲୋକସଭା ଆସନ। ଓଡ଼ିଶାର ପୂରାତନ ରାଜଧାନୀ କଟକକୁ ସମସ୍ତ ରାଜନୈତିକ ଦଳଙ୍କର ଦୃଷ୍ଟି ନିକ୍ଷେପ ହେଉଛି। ଆଧୁନିକ ଓଡ଼ିଶାର ରାଜଧାନୀ ବୋଲାଉଥିବା ଭୁବନେଶ୍ୱର ପରେ କଟକ ଲୋକସଭା ଆସନ ଓଡ଼ିଶା ରାଜନୀତିର ଦ୍ୱିତୀୟ ପ୍ରାଣକେନ୍ଦ୍ର ଭାବରେ ପରିଚିତ। ଏହି ଆସନକୁ ହେତେଇବା ପାଇଁ ଓଡ଼ିଶାର ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ସମୟରେ ବିଭିନ୍ନ ରଣ କୌଶଳ ଆପଣେଇଥାନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସମାନ ପରିସ୍ଥିତି ଦେଖିବାକୁ ମିଲୁଛି। କଟକ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିଛି ପୂର୍ବତନ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ରଙ୍କୁ। କଟକ ଲୋକସଭା ନିର୍ବାଚନ ମଣ୍ଡଳୀପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଥିଲା ଛକାପଞ୍ଝା। ନିର୍ବାଚନ ତାରିଖର ଘୋଷଣାର ବହୁ ବିଳମ୍ବରେ ବିଜେପି ଘୋଷଣା କରିଥିଲା ପ୍ରକାଶ ମିଶ୍ରଙ୍କର ନାଁ। ଏହି ଘୋଷଣା ପରେ ବିଜେଡ଼ି ଶିବିରରେ ଭାଳେଣି ପଡ଼ିଯାଇଥିଲା। ପ୍ରକାଶଙ୍କ ବିରୁଦ୍ଧରେ କାହାକୁ ପ୍ରାର୍ଥୀ କରାଯିବ ସେଥିପାଇଁ ବିଜେଡ଼ି ଆରମ୍ଭ କରିଦେଇଥିଲା ତାହାର ରାଜନୈତିକ କସରତ। ଗତ ପାଞ୍ଚୋଟି ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନ ବିଜେଡ଼ି ହାତରେ ରହିଛି ଏବଂ ଏଠାରୁ ଭର୍ତ୍ତୃହରି ମହତାବ କ୍ରମାଗତ ଭାବରେ ସାଂସଦ ନିର୍ବାଚିତ ହୋଇ ଆସୁଛନ୍ତି। ଲୋକପ୍ରିୟତାର ନିମ୍ନ ସ୍ଥାନରେ ଥିବା ଭର୍ତ୍ତୃହରିଙ୍କୁ ବିଜେଡ଼ି ଆଉ ରିପିଟ୍ କରିବାକୁ ଚାହୁଁନଥିଲା। ପ୍ରକାଶଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ବିଜେଡ଼ି ଅନେକ ତୁଙ୍ଗ ନେତାଙ୍କ ସହିତ ବିଚାର ବିମର୍ଷ କରିଥିଲା। ମାତ୍ର କୌଣସି ତୁଙ୍ଗ ନେତା ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ। ପ୍ରକାଶ ମିଶ୍ରଙ୍କ ପରି ଜଣେ ନିଷ୍ଠାପର ଦାୟୀତ୍ତ୍ୱବାନ୍ ଏବଂ ଦୁର୍ନିତି ମୁକ୍ତ, ସରଳ ଏବଂ ମିଷ୍ଟଭାଷୀ ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ଛିଡ଼ା ହେବାପାଇଁ ବିଜେଡ଼ିର ତୁଙ୍ଗ ନେତାମାନେ କୁଣ୍ଠାବୋଧ କଲେ। ଦଳୀୟ ଟିକେଟରେ ଠିଆ ହୋଇଥିଲେ ମଧ୍ୟ ଦଳମତ ନିର୍ବିଶେଷରେ ପ୍ରକାଶ ମିଶ୍ର ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା ଆଦୃତ। ତେଣୁ ତାଙ୍କୁ ପ୍ରାର୍ଥୀ କରିକି ବିଜେପି ଖେଳିଛି ଏକ ମାଷ୍ଟର ଷ୍ଟ୍ରୋକ। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନ ସଭା ଆସନ – ବଡ଼ମ୍ବା, ନରସିଂହପୁର, ବାଙ୍କୀ, ଖଣ୍ଡପଡ଼ା, କଟକ ଚୌଦ୍ୱାର, କଟକ ସଦର ଏବଂ କଟକ ବାରବାଟି ନିର୍ବାଚନ ଫଳାଫଳ ଯାହାହେଉ ନାଁ କାହିଁକି ଏହି ସାତୋଟି ନିର୍ବାଚନ ମଣ୍ଡଳୀର ଭୋଟର ପ୍ରକାଶଙ୍କ ସପକ୍ଷରେ ମତଦାନ ସାବ୍ୟସ୍ତ କରିବେ ବୋଲି ସ୍ପଷ୍ଟ ଚିତ୍ର ଶାସକ ବିଜେଡ଼ି ପାଖରେ ପହଁଚି ସାରିଛି। ଏହାର ଦୁଇଟି କାରଣ ବିଜେଡ଼ି ପାଖରେ ପହଁଚିଛି। ପ୍ରକାଶଙ୍କର ନିର୍ମଳ ଭାବମୂର୍ତ୍ତି ଏବଂ ଭର୍ତ୍ତୃହରିଙ୍କର ଲୋକପ୍ରିୟତା ହ୍ରାସ। ଏହି ରିପୋର୍ଟ ପାଇଲା ପରେ ବିଜେଡ଼ି ଶିବିର ପ୍ରକାଶଙ୍କ ବିରୁଦ୍ଧରେ କି ପ୍ରକାର ରଣନୀତି ଆପଣାଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.