Home ଜିଲ୍ଲା ପରିକ୍ରମା ନାଟ୍ୟରଥି ଗୋବିନ୍ଦ ସୂରଦେଓଙ୍କ ୧୩୫ତମ ଜୟନ୍ତୀ

ନାଟ୍ୟରଥି ଗୋବିନ୍ଦ ସୂରଦେଓଙ୍କ ୧୩୫ତମ ଜୟନ୍ତୀ

120

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ର ଆଦି ନାଟ୍ୟକାର ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ସୂରଦେଓଙ୍କ ୧୩୫ତମ ଜୟନ୍ତୀ ସମାରୋହ ସ୍ଥାନୀୟ ହୋଟେଲ ନୀଳମାଧବରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମୈତ୍ରୀ ଯୁବ ସଂସଦ ମିଳିତ ଆନୁକୂଲ୍ୟରେ ତଥା ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କତ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଗାଳ୍ପିକ ପ୍ରାଧ୍ୟପିକ ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ଗୋବିନ୍ଦ ସୂରଦେଓଙ୍କ ଦୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ନାଟ୍ୟରଥି ଗୋବିନ୍ଦ ସୂରଦେଓ ନୟାଗଡ଼ ରାଜବଂଶରେ ୧୮୮୪ ମସିହାରେ ଜନ୍ମ ଗ୍ରହଣ କରିଥିବାବେଳେ ମୁକୁଟର ମୋହକୁ ପରିତ୍ୟାଗ କରି ଜଣେ ନାଟୁଆ ପାଲଟି ଯାଇଥିଲେ। ମୈତ୍ରିର ସଂପାଦକ ପ୍ରଦୀପ କୁମାର ସାହୁ ମଂଚ ସଂଯୋଜନା କରୁଥିବାବେଳେ ସୌଦାମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.