Home ଜିଲ୍ଲା ପରିକ୍ରମା ‘ଭାରତ ବଂଚାଅ, ରୋଜଗାର ବଂଚାଅ’ ନାରା ଦେଲା ଏଆଇସିସିଟିୟୁ , ଅଗଷ୍ଟ ୧ରୁ ୯ ତାରିଖ...

‘ଭାରତ ବଂଚାଅ, ରୋଜଗାର ବଂଚାଅ’ ନାରା ଦେଲା ଏଆଇସିସିଟିୟୁ , ଅଗଷ୍ଟ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ ଆନ୍ଦୋଳନ ଦିବସ

55

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃଦ୍ଧି ପାଉଥିବା ବେରୋଜଗାର ଓ ଶ୍ରମିକଙ୍କ ଛଟେଇ ଉପରେ ରୋକ ଲଗାଇବା, କାମ ଦେବା ପ୍ର୍‌ତିଶ୍ରୁତି, ରୋଜଗାରର ଅଧିକାର, ମନେଗୋରେର କାମ ସୁନିଶ୍ଚିତ କରିବା ସହ ଏହାକୁ ସହରାଞ୍ଚଳରେ ଲାଗୁ କରିବାକୁ ଦାବି କରିଛି ଏଆଇସିସିଟିୟୁ । ଚଳିତ ମାସ ୧ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ’ଭାରତ ବଞ୍ଚାଅ, ରୋଜଗାର ବଂଚାଅ’ ଆରମ୍ଭ ହୋଇଥିବାେଳେ, ଦଳ ପକ୍ଷରୁ ଉପରୋକ୍ତ ଦାବି ସହ ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ଲକଡାଉନ ସମୟରେ ୧୦ ହଜାର ଟଙ୍କା କରି ୬ମାସର ବେତନ ପ୍ରଦାନ, ମୁକ୍ତ ରାସନ କାର୍ଡ଼ ସୁନିଶ୍ଚିତ କରିବା, ଏହି ସମୟରେ ସମସ୍ତ ଶ୍ରମିକଙ୍କୁ ପରିବହନ ଖର୍ଚ୍ଚ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି । ଏହାବ୍ୟତୀତ ସାମାଜିକ ସୁରକ୍ଷା ପ୍ରଦାନ ସହ ଦରମାର କୌଣସି ପ୍ରକାର କଟାକଟି ବନ୍ଦ କରିବା, ଚାରିଗୋଟି ଶ୍ରମ କୋଡ ଓ ୩ କଳା କୃଷି ଆଇନ ରଦ୍ଦ କରିବା, ସବୁ ଶ୍ରମିକଙ୍କୁ ଟୀକାକରଣ କରିବା, ରାଜଦ୍ରୋହୀ ଆଇନ ୟୁପିପିଏ ସମେତ ସମସ୍ତ ଆଇନକୁ ରଦ୍ଦ କରିବା ଓ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଦଳ ପକ୍ଷରୁ ଦାବି ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ, ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ବୀମା ସବୁିଧା ସହ ୫୦ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶୀ ପ୍ରଦାନ, ରାଷ୍ଟ୍ରାୟତ ସମ୍ପତ୍ତକୁ ବିକ୍ରୀ, ଘରୋଇକଣର ବନ୍ଦ କରିବା, ପ୍ରତିରକ୍ଷା ବିଭାରଗରେ ଧର୍ମଘଟ ଲାଗି ଅଣାଯାଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର, ଦରବୃଦ୍ଧି ଉପରେ ରୋକ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଛତା ରକ୍ଷା କରିବାକୁ ଆଜି ଜଗନ୍ନାଥପୁର ଠାରେ ଦଳ ପକ୍ଷରୁ ଆନୁଷ୍ଠିତ ବିକ୍ଷୋଭ ଓ ଶୋଭାଯାତ୍ରାରେ ଦଳୀୟ ନେତୃମଣ୍ଡଳୀ ଦାବି କରିଛନ୍ତି । ଆସନ୍ତା ୯ ତାରିଖ କ୍ରାନ୍ତୀ ଦିବସରେ ଏଆଇସିସିଟିୟୁ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ଯ୍ୟରେ ସମସ୍ତ ବର୍ଗର ଲୋକ ସାମିଲ ହେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦଳର ଜିଲ୍ଲା ସଭାପତି ସମର ବଳ ଅଭିଯୋଗ କରିଛନ୍ତିଯେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଦେଶ ପାଇଁ ଅଭିଶାପ ସଦୃଶ । କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪୦ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ, ସରକାର ମୃତ୍ୟୁ ସଂଖ୍ୟା ଲୁଚାଇ ଚାଲିଛନ୍ତି । ଅକ୍ସିଜେନ ପାଇଁ ବହୁ ଲୋକଙ୍କ ଜୀବନ ଯାଇଛି ।

ଏହା ମାନିବାକୁ ସରକାର ପ୍ରସ୍ତୁତ ନୁହେଁ । କୋଟି କୋଟି ଶ୍ରମିକଙ୍କ ଜୀବନ ଜିବୀକା ବିପନ୍ନ ହୋଇଥିବାବେଳେ, ଅକାକାଶଛୁଆଁ ଦରବୃଦ୍ଧି, ସେମାନଙ୍କ ଜୀବନକୁ ଦୁର୍ବର୍ିସହ କରିଛି । ଶ୍ରମିକମାନଙ୍କ ଅଧିକାରକୁ ଛଡ଼ାଇ ନିଅ।।ଇଛି । ୪ଟି ଶ୍ରମ କୋଡ ଶ୍ରମିକଙ୍କୁ ଗୋଲାମୀ ବ୍ୟବସ୍ଥା ମଧ୍ୟକୁ ଠେଲି ଦେଇଛି । କରୋନା ସମୟରେ କେନ୍ଦ୍ର ସରକାର କୃଷି ଆଇନ, ଶିକ୍ଷାନିତୀ, ଖଣି ଆଇନକୁ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଛନ୍ତି । ଫଳରେ କରପୋରେଟ ସେକ୍ଟର ବହୁଳ ଭାବରେ ଉପକୃତ ହୋିଛନ୍ତି । ସଂକ୍ରମଣ ବଢ଼ିବା ଆଶଙ୍କାରେ ଛୋଟ ଛୋଟ ଖୁଚୁରା ବେପାରକୁ ବନ୍ଦ କରି ଆମାଜନ, ଫ୍ଲିପକାର୍ଟ, ରିଲାଏନ୍ସକୁ ଅନଲାଇନ ବେପାରର ସୁବିଧା ଯୋଗୁଁ ୮୨ ପ୍ରତିଶତ ବ୍ୟବସାୟୀ ୬.୨୫ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଭାରତ ବର୍ଷର କୋଟି କୋଟି ଶ୍ରମିକ ଯେତେବେଳେ, ଜିବୀକା ହରାଉଛି, ସେତେବେଳେ, ଏହି ସମୟ ମଧ୍ୟରେ କୋଟିପତିଙ୍କ ନିଜସ୍ୱ ସମ୍ପତ୍ତି ବହୁ ଗୁଣିତ ହୋଇଛି । କରୋନା ଲକ୍‌ଡାଉନ ଯୋଗୁଁ, ଆଗାମୀ ଦିନରେ ଅନଲାଇନ ଉଚ୍ଚ ଶିକ୍ଷାର ପ୍ରଚଳନ, କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ, ଅନଲାଇନ ବେପାର, ଅନଲାଇନ ଆର୍ଥୀକ ନେଣଦେଣ ସାଙ୍ଗକୁ ଅଟୋମେସନ, ରୋବଟର ପ୍ରଚଳନ ସାଜି ବ୍ୟବସ୍ତାକୁ ବିପର୍ଯ୍ୟସ୍ତ କରିବା ନିଶ୍ଚିତ । ଫଳରେ କ୍ଷୁଦ୍ର ବ୍ୟବସାୟୀ ଅଧିକ ଅସୁରକ୍ଷିତ ହେବ, କୃଷକ ଜମି ହୀନ ହେବ, ଗରିବ ଗରିବ ହେବ ଓ ଧନୀ ଆହୁରି ଧନୀ ହେବ । ତେଣୁ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାର ବିରୋଧରେ ମୋଦି ସରକାର ଭୟଙ୍କର ସାବ୍ୟସ୍ତ ହେବାରେ ଲାଗିଛନ୍ତି । ଏହି ଅବସରରେ ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ସଂଘର ଜିଲ୍ଲା ସହ ସଂପାଦିକା ଗାୟତ୍ରୀ ବେହେରା, ରୂପା ପାତ୍ର, ଦୁର୍ଗାଚରଣ ରାଉତ୍‌, ଆରତୀ ଜେନା, କଳ୍ପନା ସ୍ୱାଇଁ, ଜଗନ୍ନାଥ ବେହେରା, ଆନନ୍ଦ ସ୍ୱାଇଁ, କୁନ୍ତଳା ପାତ୍ର, ପୁଷ୍ପାରାଣୀ ପରିଡ଼ା, ସୁଲୋଚନା ବେହେରା, ତପନ ପାତ୍ର, ପ୍ରମିଳା ରାଉତ୍‌, ପୂର୍ଣ୍ଣିମା ରାଉତ, ପ୍ରିତୀପ୍ରଭା ରାଉତ, ରୀନାରାଣୀ ରାଉତ, କିଶୋର ଜେନା, ପୂର୍ଣ୍ଣଚନ୍ଦ୍ର ଦାସ, ମୀନାରାଣୀ ସ୍ୱାଇଁ, ସୁମିତ୍ରା ପ୍ରଧାନ, ମୀନାରାଣୀ ରାଉତ, ହେମନ୍ତ ସ୍ୱାଇଁ, ସରସ୍ୱତୀ ମଲିକ, ଦଇତାରୀ ମଲିକଙ୍କ ସମେତ ବହୁ କମ୍ରେଡ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ତାରିଖ ଅଗଷ୍ଟ କ୍ରାନ୍ତୀ ଦିବସରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରାରେ ସମସ୍ତେ ସାମିଲ ହେବାକୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.