Home କେନ୍ଦୁଝର ବିଜେପିରେ ମିସିଲେ ୭୦ରୁ ଉର୍ଦ୍ଧ କର୍ମୀ

ବିଜେପିରେ ମିସିଲେ ୭୦ରୁ ଉର୍ଦ୍ଧ କର୍ମୀ

161

ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତର କ୍ଷେତୁଆଳିରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃଥ୍ୱକୁ ଭରଷାକରି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳରୁ ୭୦ରୁ ଉର୍ଦ୍ଧ ଆସି ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଛନ୍ତି । ବିଜେପିର ନେତୃବୃନ୍ଦ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ବରିଷ୍ଠ ନେତା ମଧୁସୁଦନ ରାଉତ, ସୁଶାନ୍ତ ଜେନା, ହରମୋହନ ଶାସିନି, ଗୋଲଖ ପୁହାଣ, ହରେକୃଷ୍ଣ ସ୍ୱାଇଁ, ଶୁଭାଦ୍ରୀ ବଳିୟାର ସିଂ, ରାଜେଶ ସେଠୀ, ଧନେଶ୍ୱର ରାଉତ, ରମେଶ ଜେନା, ନାରାୟଣ ଜେନା, ଶିବ ପଣ୍ଡା, ଆଲୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.