Home କେନ୍ଦୁଝର ଛାତ୍ରୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ ଓ ମା ବାପାଙ୍କୁ ମାଡ ଅଭିଯୋଗ

ଛାତ୍ରୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ ଓ ମା ବାପାଙ୍କୁ ମାଡ ଅଭିଯୋଗ

144

ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା କପୁଣ୍ଡି ଗ୍ରାମରେ ଜଣେ ମେଧାବୀ ଛାତ୍ରୀଙ୍କ ପଡିଶା ଘରର ଲୋକମାନେ ର୍ଦୁବ୍ୟବହାର ପ୍ରଦର୍ଶନ ଦେଖାଇବା ସହିତ ବିଭିନ୍ନ ପ୍ରକାରର ଧମକ ଧମକ ଦେଇଛନ୍ତି ବୋଲି ଉକ୍ତ ଛାତ୍ରୀ ଜଣକ ନନ୍ଦିପଦା ଥାନାରେ ପରିବାର ସହ ଯାଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଛାତ୍ରୀ ଜଣକ ଭଲ ପାଠ ପଢ଼ୁଥିବାରୁ ତାଙ୍କ ପଡିଶା ଘରର ଲୋକମାନେ ଇର୍ସାନ୍ୱୀତ ହୋଇ ପାଖ ପଡିଶା ପିଲାମାନଙ୍କୁ ଶିଖାଇ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରାଉଛନ୍ତି । ଏପରିକି ଛାତ୍ରୀ ଜଣକ ପାଠ ପଢ଼ିବାକୁ ଯିବା ବାଟରେ କିଛି ପିଲା ତାଙ୍କୁ ଅଶ୍ଳୀଳ କମେଟ ମାରିବା ସହ ଗାଧୋଇବା କି ଶୌଚ ପାଇଁ ଛାଡି ଦେଉ ନାହାନ୍ତି । ତାଙ୍କ ବାପା ମାଙ୍କୁ ମଧ୍ୟ ଗାଳିଗୁଲଜ କରୁଛନ୍ତି । ଆଜି ଦିନ ୧୦ଟାବେଳେ ପୁର୍ବ ବିବାଦକୁ ନେଇ ପଡୋଶୀ ଓ ତାଙ୍କ ପରିବାର ଲୋକେ ଠେଙ୍ଗା ବାଡି ଓ ଖଣ୍ଡା ଧରି ଆମ ଘର ଆଗରେ ଗାଳି ଗୁଲଜ କରିବା ସହିତ ମୋର ମାଙ୍କୁ ଟଣା ଘୋଷରା କରିଥିଲେ । ମୋର ବାପା ଅଫିସ ଯାଉଥିବା ସମୟରେ ତାଙ୍କୁ ମାଡ ମାରି ଆହତ କରିଥିଲେ ବୋଲି ଛାତ୍ରୀ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ଘଟଣା ସତ୍ୟାସତ୍ୟ ନେଇ ତଦନ୍ତ କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.