Home କେନ୍ଦୁଝର ପରିବାରକୁ ଗାଁରୁ ବାସନ୍ଦ କରାଯିବାକୁ ନେଇ ଥାନାରେ ଅଭିଯୋଗ କଲେ ମହିଳା

ପରିବାରକୁ ଗାଁରୁ ବାସନ୍ଦ କରାଯିବାକୁ ନେଇ ଥାନାରେ ଅଭିଯୋଗ କଲେ ମହିଳା

97

ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳବଣୀ ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଯିବାରୁ ସେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ବୋଲି ଗୋଲାପ ଜେନା ଓ ତାଙ୍କ ପରିବାର ଲୋକେମାନେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ସେମାନେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ପରିବାର ଭିତରେ ଏକ ବିବାଦ ସୃଷ୍ଟି ହୋଇଥିବାବେଳେ ଏହାକୁନେଇ ଗ୍ରାମବାସୀ ମାନେ ତାଙ୍କୁ ସାମାଜିକ ବାସନ୍ଦ କରିବା ସହିତ ଗଡିଆ, ପୋଖରୀ, ନଳକୂପ ଓ ଦୋକାନ ବଜାର ବନ୍ଦ କରିଦେବା ସହ ସେମାନଙ୍କୁ ନାନା ପ୍ରକାରର ନିର୍ଯ୍ୟାତନା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ପରିବାର ଲୋକେ ରାସ୍ତାରେ ଗଲାବେଳେ ସେମାନଙ୍କୁ ଧମକ ଚମକ ଦିଆଯାଉଛି, ନଳକୂପରୁ ପାଣି ନେବା ବେଳକୁ ତାଙ୍କ ଗରା ବାଲଟି ଫୋପାଡି ଦେଉଛନ୍ତି ଫଳରେ ପରିବାର ଲୋକେ ପାଣିଟୋପାଏ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କୃପାସିନ୍ଧୁ ଜେନା, କଳ୍ପନା ଜେନା, ଦୟାନିଧି ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ଥାନା ଏସ.ଆଇ ନରେଶ ଦାସ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ପଚରା ଉଚୁରା କରିଛନ୍ତି । ଏହାର ଆସୁ ସମାଧାନ ପାଇଁ ଉଦ୍ୟମ କରା ଯାଉଥିବା ସେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.