Home Top News ବାଟ ଓଗାଳୁଥିଲେ ଅପରାଜିତା, ଗଳି ପଶିଗଲେ ଧର୍ମେନ୍ଦ୍ର ..

ବାଟ ଓଗାଳୁଥିଲେ ଅପରାଜିତା, ଗଳି ପଶିଗଲେ ଧର୍ମେନ୍ଦ୍ର ..

139

ଭୁବନେଶ୍ୱର: ଏବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଲୋକସେବା ଭବନର କନଭେନସନ୍ ସେଣ୍ଟରରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅମିତ ଶାହା। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଅମିତ ଶାହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତେବେ, ଏ’ ସମୟରେ ମଞ୍ଚ ଉପରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାଟ ଓଗାଳୁଥିଲେ ଅପରାଜିତା, କିନ୍ତୁ ଗଳି ପଶିଗଲେ ଧର୍ମେନ୍ଦ୍ର! ଅମିତ ଶାହାଙ୍କ ବାମ ପାର୍ଶ୍ଵରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଡାହାଣ ପଟେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନମୋହନଙ୍କ ପାଖକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଏପଟେ ଧର୍ମେନ୍ଦ୍ରଙ୍କ ପାଖକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଦି ରହିଥିଲେ। କିନ୍ତୁ, ପଛରେ ରହି ଯାଇଥିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଏହା ଭିତରେ ଧର୍ମେନ୍ଦ୍ର ଟିକେ ପଛକୁ ଯିବା ଭିତରେ ଅପରାଜିତା ତାଙ୍କ ସ୍ଥାନ ନେଇ ଆସି ଅମିତ ଶାହାଙ୍କ ପାଖରେ ଠିଆ ହୋଇଯାଇଥିଲେ। ତେବେ ଧର୍ମେନ୍ଦ୍ର କୋଉ ଛାଡ଼ିବା ଲୋକ? ଗଳି ପଶି ଅପରାଜିତାଙ୍କୁ ଆଡ଼େଇ ପୁଣି ଆସି ଶାହାଙ୍କ ପାଖରେ ଠିଆ ହୋଇଗଲେ ଧର୍ମେନ୍ଦ୍ର। ଏହାକୁ ଦେଖି ଲୋକେ କହୁଛନ୍ତି, ବାଟ ଓଗାଳୁଥିଲେ ଅପରାଜିତା, ହେଲେ ମନ୍ତ୍ରୀ କୋଉ ଛାଡ଼ିବା ଲୋକ? ଗଳି ପଶିଗଲେ ଧର୍ମେନ୍ଦ୍ର!!

-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.