Home କଳାହାଣ୍ଡି ବିଜେଡି ସାଂଗଠନିକ ସଂପାଦକଙ୍କ କଳାହାଣ୍ଡି ଗସ୍ତ, ସଂଗଠନ ଉପରେ ଗୁରୁତ୍ୱ

ବିଜେଡି ସାଂଗଠନିକ ସଂପାଦକଙ୍କ କଳାହାଣ୍ଡି ଗସ୍ତ, ସଂଗଠନ ଉପରେ ଗୁରୁତ୍ୱ

105

କଳାହାଣ୍ଡି ୧୫.୦୭.୨୦୨୦ ( ଓଡିଆପୁଅ ) ରାଜ୍ୟ ଶାସକ ବିଜେଡି ଦଳର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି । ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ବ୍ଲୁପି୍ରଂଟ ପ୍ରସ୍ତୃତ କରାଯାଇଥିବା ଏବଂ ନିର୍ବାଚିତ ପ୍ରତିନିଧି ତଥା ଆଗଧାଡିର ନେତା ମାନଙ୍କୁ ତାଗିଦ କରିଥିବା ପ୍ରକାଶ । ମଙ୍ଗଳବାର ଦିନ ସକାଳ ୯ଟା ସମୟରେ ଜୁନାଗଡ ବିଧାୟକ ତଥା ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡସ୍ଥିତ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହିତ ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ସେକ୍ଟର ର ତୁଙ୍ଗ ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଫେରି ସତ୍ୟମ ସିନେମା ହଲ ପାଶ୍ୱର୍ରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିବା ସହିତ ବିଜେଡିର ଛାମୁଆ ସଙ୍ଗଠନର କାର୍ଯ୍ୟକର୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ସଭା ସଦସ୍ୟ ସୂଜିତ କୁମାର, ନୂତନ କରି ନିର୍ବାଚିତ ହୋଇଥିବା ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ସମେତ ମହିଳା ବିଜେଡି ସଭାପତି କଲ୍ୟାଣୀ ନାଏକ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂଦେଓ, ଉପସଭାପତି ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ସଂଗୀତ ନାଟକ ଏକାଡେମୀ ସଂପାଦକ ପ୍ରବୋଧ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଚିତରଂଜନ ମଣ୍ଡଳ ପ୍ରମୂଖ ଙ୍କ ଉପସ୍ଥିତିରେ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୃତ ରହିବାକୁ ତାଗିଦ କରିଥିବା ଜଣାପଡିଛି । ଏଥି ସହିତ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ରିଷିଗାଁ ପାଖରେ ଜିଲ୍ଲା କାର୍ଯ୍ୟାଳୟ ନିର୍ମାଣ କରାଯିବା ପାଇଁ ଭକ୍ଟଚ୍ଛକ୍ଟ ପ୍ରସ୍ତର ସ୍ଥାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.