Home ଓଡ଼ିଶା କରୋନା ଚିକିତ୍ସା ନେଇ ଚାନ୍ଦପୁର କୋଭିଡ ହେଲ୍‌ଥ ସେଂଟର ଓ ସମ୍ ହସପିଟାଲ ମଧ୍ୟରେ ଏମ୍‌ଓୟୁ

କରୋନା ଚିକିତ୍ସା ନେଇ ଚାନ୍ଦପୁର କୋଭିଡ ହେଲ୍‌ଥ ସେଂଟର ଓ ସମ୍ ହସପିଟାଲ ମଧ୍ୟରେ ଏମ୍‌ଓୟୁ

105

ନୟାଗଡ଼, ୧୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୟାଗଡ଼ ଜିଲାର ରଣପୁର ବ୍ଳକ ଚାନ୍ଦପୁର ଠାରେ ଥିବା କୋଭିଡ୍ ହେଲ୍‌ଥ ସେଂଟର ଓ ଭୁବନେଶ୍ୱର ସମ୍‌ ହସପିଟାଲ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ। ଏଥିନିମନ୍ତେ ସମ୍ ହସପିଟାଲର ଏକ ପ୍ରତିନିଧି ଦଳ ନୟାଗଡ଼ ଗସ୍ତରେ ଆସିଛନ୍ତି। ଏହି ପ୍ରତିନିଧି ଦଳ ମଧ୍ୟରେ ଡା ବସନ୍ତ କୁମାର ପତି, ଡା ମନୋଜ କୁମାର ଓ ଡା ଶଶାଙ୍କ ଶେଖର ମିଶ୍ର ଅଛନ୍ତି। ଏହି ପରିପ୍ରେକ୍ଷିରେ ଆଲୋଚନା ପାଇଁ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ବସିଛି। ଏହି ବୈଠକରେ ଜିଲପାଳ ଡ ପୋମା ଟୁଡୁ, ପିଡି ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଂଜିତା ବିଶ୍ୱାଳ ଅଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି। ଏହାର ସବୁ ପ୍ରକାରେ ସୁବିଧା ଦେଖି ଏମଓୟୁ ସ୍ୱାକ୍ଷର ଉପରେ ନିଷ୍ପତି ନିଆଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.