Home କୋରାପୁଟ ବିଜେଡିରେ ମିଶିଲେ ଆଦିବାସୀ ନେତା ପ୍ରୀତମ ପାଢୀ

ବିଜେଡିରେ ମିଶିଲେ ଆଦିବାସୀ ନେତା ପ୍ରୀତମ ପାଢୀ

389

କୋରାପୁଟ; ତା୦୬-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାର ବରିଷ୍ଠ ଆଦିବାସୀ ନେତା ତଥା ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସାଧାରଣ ସମ୍ପାଦକ ପ୍ରୀତମ ପାଢୀ ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେମିଲିଗୁଡାରେ ଜିଲା ବିଜେଡି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଢୀଙ୍କ ସହ ନନ୍ଦପୁର ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୀମାଂଚଳ ବେହେରା ଏବଂ ଶତାଧିକ ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଓରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନବାଗତଙ୍କୁ ଦଳରେ ସାମିଲ କରା ଯାଇଛି । ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗୀ,ପୂର୍ବତନ ବିଧାୟକ ରଘୁରାମ ପଡାଲ, କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି,ଯୁବ ବିଜେଡି ଜିଲା ସଭାପତି ଅମିତ ଅଗ୍ରାଓାଲ ,ଜିଲ୍ଲା ଉପସଭାପତି ତ୍ରିପୁରାରୀ ଗରଡା, ବିଜେଡି ନେତା ରଘୁରାମ ମାଛ , ଜଗନ୍ନାଥ ପାଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଦଳରେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.