Home କୋରାପୁଟ ସହୀଦ ନରସିଂହ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ସହୀଦ ନରସିଂହ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

100

କୋରାପୁଟ;ତା ୦୬-୦୨-୧୯୯(ଓଡିଆପୁଅ/ରଂଜନ କୁମାର ଦାସ) ସହୀଦ ନରସିଂହ ନାୟକଙ୍କ ୧୬ତମ ଶ୍ରାଦ୍ଧ ଜିବସ ପାଳିତ ହୋଇଛି । ସହୀଦଙ୍କ ଜନ୍ମଭୂମି ପୁରୁଣା କୋରାପୁଟର ସ୍ମୃତିପୀଠରେ ଅନୁଷ୍ଠିତ ଶ୍ରାଦ୍ଧ ଦିବସ ସମାରୋହରେ ଡିଏସପି ଧୀରେନ ସ୍ୱାଇଁ ,ଆରଆଇ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇ ସହୀଦ ନରସିଂହ ନାୟକଙ୍କ ପ୍ରତିମୁର୍ତି ଫୋଟରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ସହୀଦଙ୍କ ବଳିଦାନର ମୂଲ୍ୟ ପୋଲିସ ବିଭାଗ ନିଶ୍ଚୟ ମନେ ରଖିବ,ମାଓବାଦୀଙ୍କୁ ପୁଲିସ ଉଚିତ ଜବାବ ଦେବ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ ସହୀଦଙ୍କ ପରିବାର ସହ ପୁଲିସ ସବୁବେଳେ ରହିଥିବ ବୋଲି କହିଥିଲେ । ଜିଲା ପୁଲିସର ପଦାଧିକାରୀଙ୍କ ସହ ଶତାଧିକ ସ୍ଥାନୀୟ ଲୋକ , ସହୀଦଙ୍କ ପରିବାରର ସଦସ୍ୟ /ସଦସ୍ୟା ଓ ଛାତ୍ରଚାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲା ରଣା ଯୁବକ ସଂଘର ସଭାପତି କାମାକ୍ଷା ପ୍ରସାଦ ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.