Home କୋରାପୁଟ ଜୟପୁରରେ ବିଜେଡିର ବିଶାଳ ଯୁବ ସମାବେଶ — କେବିକେ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ...

ଜୟପୁରରେ ବିଜେଡିର ବିଶାଳ ଯୁବ ସମାବେଶ — କେବିକେ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ; ଯୋଗାଯୋଗର ବିକାଶ ନିମନ୍ତେ ୩ ଟି ବଡ ଘୋଷଣା କଲେ ମୁଖ୍ୟମନ୍ତୀ

905

କୋରାପୁଟ ;ତା୦୫-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) କେବିକେ ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଜୟପୁରଠାରେ ଆୟୋଜିତ ବିଜେଡିର ଯୁବ ସମାବେଶରେ ମତବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲାରେ ଯୋଗାଯାଗର ବିକାଶ ପାଇଁ ସେ ୩ ଟି ବଡ ଘୋଷଣା କରିଥିଲେ ।ମୁôରାନ ନଦୀ ଉପରେ ଦୁଆରଶୂଣି ବୃହତ ପୋଲ ,କୋଲାବ ଜଳଭଣ୍ଡାରର ନନ୍ଦପୁର – ଲମତାପୁଟ-ବନମାଳୀପୁଟ ରାସ୍ତା ଓ କୋଲାବ ଜଳଭଣ୍ଡାର କୋରାପୁଟ ସୁକୁ ରାସ୍ତା ଉପରେ ବୃହତ ପୋଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ ।କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ଦାବିକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଜିଲ୍ଲାବାସୀ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ଉମରକୋଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ପରେ ଅପାରହ୍ନ ୩ଟାରେ ଜୟପୁରରେ ପହଂଚି ଥିଲେ । ଜୟପୁର ଏକମ୍ବା ପଡିଆରେ ଆୟୋଜିତ ସମାରୋହରେ ଯୋଗ ଦେଇ ନବୀନ ପଟ୍ଟନାୟକ ୧୧୩୬ କୋଟି ୪୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩୧ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପ୍ରକଳ୍ପ ମଧ୍ୟରେ ବୋରିଗୁମ୍ମା ବ୍ଲକର ବହୁ ପ୍ରତିକ୍ଷିତ ତେଲେଙ୍ଗିରି ମଧ୍ୟମ ଜଳ ସେଚନ ପ୍ରକଳ୍ପ ଏକ ପ୍ରମୁଖ କାର୍ଯ୍ୟକ୍ରମ ରହିଥିବାବେଳେ ଜିଲାର ୪୧ଟି ଅଙ୍ଗନୱାଡି କେନ୍ଦ୍ର, ଜୟପୁରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ,କୋଟପାଡ ଏନଏସି,ନନ୍ଦପୁର,ଲମତାପୁଟ,କୁନ୍ଦରା,ଦଶମନ୍ତପୁର,ଏବଂ ବନ୍ଧୁଗାଁ ବ୍ଲକରେ ପାଇପ୍ ଜଳ ଯୋଗାଣ,ପଟ୍ଟାଙ୍ଗିରେ ୧୩୨/୩୩ କେଭି ଗ୍ରୀଡ୍ ଷ୍ଟେସନ,ସେମିଲିଗୁଡାରେ କୋଲାହ୍ ନଦୀରେ ସେତୁ, ପଟ୍ଟାଙ୍ଗୀ ବ୍ଲକରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତା,ନାରାୟଣପାଟଣା ବ୍ଲକ କୁମ୍ଭାରୀସେବାଶ୍ରମରେ ୧୦୦ ଶଜ୍ୟା ବିଶିଷ୍ଟ ଛାତ୍ରାନିବାସ, ଲକ୍ଷ୍ମୀପୁର କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରୀ ନିବାସ,ଲମତାପୁଟ ଆମ୍ବେଦକର ମହାବିଦ୍ୟାଳୟରେ ୧୨୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ନନ୍ଦପୁର କଲେଜରେ ୧୨୦ ସିଟ୍ ଛାତ୍ରାବାସ,ସୁନାବେଡା ବଧୀର ବିଦ୍ୟାଳୟରେ ୧୦୦ ସିଟ୍ ଜନଜାତି ଓ ଜାତି ଛାତ୍ରାବାସ,କୋରାପୁଟ କଲେଜରେ ୩୦୦ ସିଟ୍ ଛାତ୍ରୀ ଓ ଛାତ୍ରାବାସ, ଲମତାପୁଟ ବ୍ଲକର ସଗର-ଜଲାପୁଟ ରାସ୍ତା ଏବଂ ଜୟପୁର-ବିଶାଖାପାଟଣା ରାସ୍ତାର ଉନ୍ନତି କରଣ,ଜିଲାର ୨୫୪ଟି ଉନ୍ନତୀକୃତ ପବୀତ୍ର ପୀଠ ସ୍ଥଳୀ,ବାମଣୀପୁଟ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଭବନ,ଏକାଡେମିକ୍ ଭବନ,୧୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ,୩୦୦ ସିଟ୍ ବିଶିଷ୍ଟ ଛାତ୍ରାବାସ,ପାଠାଗାର ଓ ୪ଟି ଆବାସିକ ଗୃଗ,କୁନ୍ଦରା ବ୍ଲକର ବାଗଦେରୀ ଉଠା ଜଳ ସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ ହୋଷ୍ଟେଲ, ଏବଂ ବୈପାରିଗୁଡା ବ୍ଲକର ଦୋରାଗୁଡା ସେବାଶ୍ରମରେ ୧୦୦ ସିଟ୍ ବିଶିଷ୍ଟ ହୋଷ୍ଟେଲର ଉଦଘାଟନ କରିଥିଲେ । କୋରାପୁଟ ଜିଲାର ଚାଷିଙ୍କ ପାଇଁ ଏକ ମାଇଲଖୁଂଟ ହୋଇଛି । ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଜଳ ସେଚନ,ଗ୍ରାମ୍ୟ ଉନ୍ନୟନ,ସମନ୍ୱୀତ ଆଦିବାସୀ ଉନ୍ନୟନ ବିଭାଗର ପ୍ରକଳ୍ପ ଗୁଡିକ ନିମନ୍ତେ ଭୂମିପୂଜା ଓ ଶୀଳାନ୍ୟାସ କରିଥିବାବେଳେ ଜିଲ୍ଲାର ସହରାଂଚଳରେ ରହିଥିବା ଜମିହୀନ ୯ହଜାର ୧୫୦ ପରିବାରକୁ ପଟ୍ଟା ବଂଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ନବରଙ୍ଗପୁର ଜିଲାର ଉମରକୋଟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାନ୍ନ ୩ଟାରେ ଜୟପୁର ଏୟାର୍ ଷ୍ଟ୍ରୀପରେ ପହଂଚିଥିଲେ । ସେଠାରୁ ରେଳବାଇ ରାସ୍ତାର ବାଙ୍କବିଜା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କ ସମେତ କୋରାପୁଟ,ରାୟଗଡା,ମାଲକାନଗିରି ଓ ନବରଙ୍ଗପୁର ଜିଲାରୁ ଆସିଥିବା ୪୦ ହଜାର ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଉଦବୋଦ୍ଧନ ଦେଇଥିଲେ । ରାଜ୍ୟ ସରକାର ସବୁବେଳେ ଗରିବ,ଚାଷି ଓ ଯୁବକ ମାନଙ୍କ ନିମନ୍ତେ କାର୍ଯ୍ୟ କରି ଆସିଛି । ତେଲେଙ୍ଗିରି ପ୍ରକଳ୍ପ ଦ୍ୱାରା ବୋରିଗୁମ୍ମା ଓ ଜୟପୁର ବ୍ଲକର ୫୨ଟି ଗ୍ରାମର ୯୯୫୨ ହେକ୍ଟର ଜମିକୁ ଖରୀପ୍ ଓ ରବି ରୁତୁରେ ଜଳ ସେଚନ କରା ଯାଇ ପାରିବ,ଯାହାର ଫାଇଦା ଅଂଚଳର କୃଷକ ମାନଙ୍କୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସବୁବେଳେ ଓଡିଶାକୁ ଅଣଦେଖା କରି ଆସୁଛି କିନ୍ତୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ବିଭିନ୍ନ ଜନହିତକର ଯୋଜନା କରି ରାଜ୍ୟକୁ ଆଗେଇ ନେଇଥିବା ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ଯୁବଶକ୍ତି ଆଗକୁ ବଢିଲେ ରାଜ୍ୟର ଉନ୍ନତି ହେବ ତେଣୁ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବାବେଳେ ବିଜୁ ଯୁବ ବାହିନୀ ସେଥିରେ ପ୍ରମୁଖ ଭୂମିକା ନେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା,ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିଆନ ,କୋରାପୁଟ ସାସଂଦ ଝିନ୍ନ ହିକକା, ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ,ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହି,ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ,ରଘୁରାମ ପଡାଲ,ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ,ରାଜ୍ୟ ଯୁବ ବିଜେଡି ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି,ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ଆଶିଷ ସିଂ ,ଏସପି ଡା.କେ.ଭି.ସିଂହ୍ଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବିଜୁ ଯୁବ ବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ ଉପସ୍ଥିତ ରହି ଶିବିର ଯୁବ ବାହିନୀ ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ କୋରାପୁଟ , ମାଲାକାନଗିରି , ରାୟଗଡା ଓ ନବରଙ୍ଗପୁରର ବିଜୁ ଯୁବ ବାହିନୀର ସଭ୍ୟମାନେ ଯୋଗଦେଇଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ , ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି , ବିଜେଡିର ରଘୁରାମ ମାଛ , ବାଲା ରାୟ , ଲଲାଟ ରଂଜନ ସେଠୀ , ତ୍ରୀନାଥ ପାତିକା , ବିନୋଦ ନାୟକ , ଅଶ୍ୱିନୀ ସାହୁ , ବିମଳ ଗରଡା ,ପାର୍ବତୀ ମସ୍ତି ,ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି ପ୍ରମୁଖଙ୍କ ସହ ଅନେକ ଜିଲ୍ଲାସ୍ତରୀୟ ବିଜେଡି ଯୁବ ନେତାମାନେ ଯୋଗଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.