Home ଜିଲ୍ଲା ପରିକ୍ରମା ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

145

ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତା ସ୍ବର୍ଗତ ସୁଶିଲ କୁମାର ଦାଶ ଉର୍ଫ ଘୁଣ୍ଡୁ ଦାଶଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯିବା ସହିତ ତାଙ୍କର ପରିବାରବର୍ଗ ପ୍ରତି ସମବେଦନା ଜଣାଇଥିଲେ ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ କର୍ମକର୍ତ୍ତାଗଣ। ବରିଷ୍ଠ ନେତା ଓଁକାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ଘୁଣ୍ଡୁ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ବକ୍ତାମାନେ ତାଙ୍କର ସମାଜସେବୀ ଗୁଣ ଓ ମାଲପଡା ଟିକ୍ରାପଡା ଅଞ୍ଚଳରେ ଥିବା ତାଙ୍କର ତ୍ରୁଣମୂଳ ସ୍ତରୀୟ ସାଙ୍ଗଠନିକ ଦକ୍ଷତାକୁ ଭୁୟଶୀ ପ୍ରଶଂସା କରି ବିଗତ ଦିନର ନିର୍ବାଚନ ସମୟରେ ତାଙ୍କର ପାରଦର୍ଶିତାକୁ ପରୋକ୍ଷରେ ପ୍ରଶଂସା କରି ତାଙ୍କର କ୍ଷତି ଦଳ ପାଇଁ ଅପୂରଣୀୟ ବୋଲି କହିଥିଲେ। ସ୍ୱର୍ଗତ ଦାଶଙ୍କ ବିୟୋଗରେ ରାଜ୍ୟ ବରିଷ୍ଠ ନେତା ଅନଂଗ ଉଦୟ ସିଂହଦେଓ ଜନତା ଦଳ ସମୟରେ ବା ବିଜୁ ଜନତା ଦଳ ଗଠନ ପରେ ଘୁଣ୍ଡୁ ଦାଶଙ୍କ ଦଳ ପ୍ରତି ନିଃସ୍ଵାର୍ଥପର ଅବଦାନ ଏକ ଅଭୁଲା ସ୍ମୃତି ହୋଇ ରହିବା ସହିତ ତାଙ୍କର ବିୟୋଗରେ ସେ ମର୍ମାହତ ବୋଲି ଫୋନ ଜରିଆରେ ଦୁଃଖ ପ୍ରକାଶ କରିଥିବା ବେଳେ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ନାରାୟଣ ସିଂହଦେଓ ଗଭୀର ଶୋକପ୍ରକାଶ କରିଛନ୍ତି। ଆଜିର ଏହି ଶୋକସଭାରେ ବିଜେଡି ନଗର ସଭାପତି ମହେନ୍ଦ୍ର ବାଗ, ପୂର୍ବତନ ବଲାଙ୍ଗିର ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ମୁନା ଖାଁ, ଶମ୍ଭୁ ନାଗ, ନରସିଂହ ବାଗ, ଭଗବାନ ବଗର୍ତ୍ତୀ, ବୈଷ୍ଣବ ସାହୁ, ସଞ୍ଜିବ ମିଶ୍ର, ଶିବ ପ୍ରସାଦ ବେହେରା, ପ୍ରଦୀପ ସାହୁ, ବାଲାଜୀ ପଣ୍ଡା, ରାଜୁ ଦାସ, ବିନୁ ଶତପଥୀ, ସନ୍ତୋଷ ଦନ୍ତା, ସୋନୁ, ସୁରେନ୍ଦ୍ର ସିଂ ବୁଡେକ, ପ୍ରେମଜିତ ଯୋଷୀ, କାଳିଦାସ, ବେଞ୍ଜାମିନ କିରୋ, ଉମେଶ ପଣ୍ଡା, ରଞ୍ଜନ ମହାରଣାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.