Home ଜିଲ୍ଲା ପରିକ୍ରମା ମହିଳା ସରପଞ୍ଚ ଙ୍କ ସ୍ୱାମୀ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ମାମଲା ରୁଜ୍ଜୁ

ମହିଳା ସରପଞ୍ଚ ଙ୍କ ସ୍ୱାମୀ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ମାମଲା ରୁଜ୍ଜୁ

163

ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ କାର୍ଯ୍ୟରତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ଝରନି ପଞ୍ଚାୟତରେ କୋଭିଡ ସେଣ୍ଟରରେ ଥିବା ଦାଦନ ଶ୍ରମିକମାନଙ୍କୁ ଟଙ୍କା ମିଳିନଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକ ଜଣଙ୍କ ଉକ୍ତ ପଞ୍ଚାୟତକୁ ଯାଇଥିଲେ। କିନ୍ତୁ ଝରନି ସରପଞ୍ଚ ପ୍ରେମଲତା ମେହେରଙ୍କ ସ୍ୱାମୀ ତାର ସହଯୋଗୀଙ୍କ ସହ ଆସି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।

ଏଥିସହ ତାଙ୍କ କ୍ୟାମେରା ଓ ବୁମକୁ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ନିଜକୁ ବଞ୍ଚାଇବା ପାଇଁ ସାମ୍ବାଦିକ ଜଣଙ୍କ ଅନ୍ୟ ଏକ ଘରକୁ ଲୁଚି ଯାଇଥିଲେ। ପରେ ସେ ଏନେଇ ଥାନାରେ ଅଭିଯୋଗ ଦାୟର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.