Home ଜିଲ୍ଲା ପରିକ୍ରମା ବିଜୁ ଛାତ୍ରଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ସ୍ଥାନୀୟ ସଙ୍ଗଠନ ଭର୍ଚୁଆଲ ଯୋଗଦାନ

ବିଜୁ ଛାତ୍ରଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ସ୍ଥାନୀୟ ସଙ୍ଗଠନ ଭର୍ଚୁଆଲ ଯୋଗଦାନ

11

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭଣ୍ଡାରିପୋଖରୀ ବିଜୁ ଛାତ୍ର ଜନତା ଦଳ ଶାଖା ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିଥିବା ଜଣାଯାଇଛି । ମଞ୍ଜୁରୀରୋଡ ବିଜୁ ଜନତା ଦଳର କାର୍ଯ୍ୟାଳୟ ପରିସରରେ ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବ୍ଲକ ଯୁବ ସଭାପତି ଲଳିତ ରାଉତ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ସ୍ଥାନୀୟ ବ୍ଳକ ଛାତ୍ର ସଭାପତି ରବିନ୍ଦ୍ର ବେହେରା, ବନ୍ତ ବ୍ଳକ ସଭାପତି ପ୍ରଣବ କିଶୋର ଲେଙ୍କା, ପ୍ରିୟବ୍ରତ ଦାସ, ବିଶ୍ୱରଞ୍ଜନ ଜେନା, ସଜନୀକାନ୍ତ ଜେନା, ଦେବାଶିଷ ରାଉତ, ପ୍ରୀତିରଞ୍ଜନ ନାୟକ, ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବହୁ ଛାତ୍ରନେତା ଯୋଗଦେଇଥିଲେ । ସ୍ଥାନୀୟ ବ୍ଲକ ଛାତ୍ର ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.