ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତ ଆଚଂଳିକ ଆଦର୍ଶ ରଜ ମହୋତ୍ସବ ନରିପୁର ଓଡିଆ ଜାତିର କଳା ସଂସ୍କୃତି ଓ ଐତିହ୍ୟର ରକ୍ଷା ଦିଗରେ କାର୍ଯ୍ୟ କରୁଛି । ବିଶେଷକରି ରକ୍ତଦାନ ଶିବିର, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇ ଆଦର୍ଶ ସେବା ସଂଗଠନ ରାଜ୍ୟରେ ଏକ ଅଗ୍ରଣୀ ସାମାଜିକ ସଂଗଠନ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମତ ରଖିଥିଲେ । ରଜ କମିଟିର ସଭାପତି ବାପି ପାଣିଗ୍ରାହୀଙ୍କ ସଂଯୋଜନାରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଡାକ୍ତର ଦାମୋଦର ପଣ୍ଡା, ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ପ୍ରମୁଖ ଅତିଥି ଥିଲେ । ଏହି ଅବସରରେ ଭଦ୍ରକର ବିଶିଷ୍ଟ କଣ୍ଠଶିଳ୍ପୀ ଶଶିକଳା ମିଶ୍ରଙ୍କୁ ଆଦର୍ଶ ସେବା ସମ୍ମାନରେ ଉତରୀୟ, ପୁଷ୍ପଗୁଚ୍ଛ ଓ ସଂବେଗଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସମ୍ପାଦକ କପିଳେନ୍ଦ୍ର ସାହୁ,ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ରବିନ୍ଦ୍ର ପଣ୍ଡା,ମଦନ ମୋହନ ଚୌଧୁରୀ, ରଞ୍ଜନ ପାଣିଗ୍ରାହୀ, ଗଣେଶ ଜେନା, ରମେଶ ପଣ୍ଡା, ଜଗତଜୀବନ ପାଣିଗ୍ରାହୀ, ସୁବ୍ରତ ପଣ୍ଡା, ନିରଞ୍ଜନ ପାଢୀ, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।








