Home କେନ୍ଦୁଝର ବାହାରିପୁର ଗାଁକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ବାହାରିପୁର ଗାଁକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

60

ହାଟଡିହି- ୨୩ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଧିନସ୍ଥ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ ବହୁ ୪୦ରୁ ଉର୍ଦ୍ଧ କରୋନା ସଂକ୍ରମିତ ବାହାରିବାରୁ ସ୍ଥାନୀୟ ସରପଞ୍ଚସମ୍ପୁର୍ଣ୍ଣ ଗ୍ରାମକୁ ୫ଦିନ ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି । ଏହି ଗାଁରେ ପୁର୍ବରୁ ୧୭ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ପୁଣି ୨୩ଜଣ ଚିହ୍ନଟ ହେବାରୁ ଏହା ଗାଁ ତଥା ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିଛି । ଏତେ ପରେବି ଲୋକମାନେ ସାମାଜିକ ଦୁରତା ନମାନିବା, ମାସ୍କ ବ୍ୟବହାର ନକରିବା, ନିୟମିତ ହାତ ନଧୋଇବାରୁ ଏହା ଦିନକୁ ଦିନ ବୃଦ୍ଧି ପାଇବାରୁ ଏ ଗ୍ରାମର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେଣୁ ପଞ୍ଚାୟତର ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ବଳରେ ମାଧ୍ୟହୋଇ ସର୍ଟଡାଉନ ଘୋଷଣା କରିଛନ୍ତି । ସେ ତାଙ୍କ ଚିଠିନଂ ୬୨ତା ୨୩/୦୫/୨୦୨୧ ବଳରେ ୨୩ ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ ବାହାରିପୁର ଗ୍ରାମକୁ ସର୍ଟଡାଉନ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସେ ଆନନ୍ଦପୁର ଉପଜିଲ୍ଲାପାଳ,ହାଟଡିହି ବିଡିଓ, ହାଟଡିହି ତହସିଲଦାର ଓ ନନ୍ଦିପଦା ଥାନା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗ୍ରାମର ଅନେକ ଲୋକ ଥଣ୍ଡାଜ୍ୱରରେ ଆକ୍ରାନ୍ତ ହୋଇଥିବାରୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ଦୁଇଦିନ ତଳେ ଗ୍ରାମରେ କ୍ୟାମ୍ପ କରାଯାଇ ଲୋକଙ୍କ ନମୁନା ପରୀକ୍ଷା କରାଯିବାପରେ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାତ୍ର ୧୯୦ଜଣ ସେମାନଙ୍କ ଟେଷ୍ଟିଂ କରିଥିବାବେଳେ ଅନ୍ୟମାନେ କରିନଥିଲେ । ଏଠାକାର ଲୋକମାନେ ଛକ ବଜାର ବୁଲିବା ସହ ବାହାର ଲୋକଙ୍କ ସହିତ ମିଳାମିଶା କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ଏହାକୁ ସର୍ଟଡାଉନ ଘୋଷଣା କରିବା ସହିତ ମୁଖ୍ୟ ରାସ୍ତା ଗୁଡିକୁ ବାଉଁଶ ବାନ୍ଧି ବନ୍ଦ କରାଯାଇ ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.