Home କେନ୍ଦୁଝର ସଙ୍ଗମ ଗ୍ରାମ ପୋଖରୀରେ ବୁଡି ଯୁବକ ମୃତ

ସଙ୍ଗମ ଗ୍ରାମ ପୋଖରୀରେ ବୁଡି ଯୁବକ ମୃତ

57

ହାଟଡିହି- ୨୩ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସଙ୍ଗମ ଗ୍ରାମରେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ନାରାୟଣ ଦେହୁରୀଙ୍କ ପୁଅ ସୁଦର୍ଶନ ଦେହୁରୀ (୪୫) ଗାଧୋଇବାକୁ ନିକଟସ୍ଥ ଗୋପୀସାଗର ପୋଖରୀକୁ ଯାଇଥିବାବେଳେ ସେଠାରେ ଗୋଡ ଖସିଯିବାରୁ ବୁଡିଯାଇଥିଲେ । ଗାଧୋଇବା ପାଇଁ ଆସିଥିବା ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକମାନେ ଖୋଜାଖୋଜି କରିଥିଲେ । ଏହା ଜାଣିବାପରେ ଗ୍ରାମର କିଛି ଯୁବକ ଫୋଖରୀରେ ପସି ଖୋଜାଖେଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ । ପରେ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ ସୁଦର୍ଶନଙ୍କର ବିଧବା ପତ୍ନୀ ଓ ୫ଟି ସନ୍ତାନ ସନ୍ତତୀ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.