Home କେନ୍ଦୁଝର ସମ୍ଭାବ୍ୟ ବାତ୍ୟା ‘ୟାସ’ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୬୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ‘ୟାସ’ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୬୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

56

ହାଟଡିହି- ୨୩ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଭୟଙ୍କର ରୁପ ନେଇ ଆସୁଛି ବାତ୍ୟା ‘ୟାସ’ । ଏହା ୨୫ତାରିଖ ସୁଧା ଉପକୁଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଉଛି । ମୋଟ ୬୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ଆନୁସଂଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଶେଷକରି ଏହା ଉପକୁଳବର୍ତ୍ତୀ ଅଞ୍ଚଳରେ ମାଡ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା ଥିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମଧ୍ୟ କ୍ଷୟକ୍ଷତି ଘଟାଇବାର ଆଶଙ୍କା କରାଯାଉଛି । କେନ୍ଦୁଝର ଜିଲ୍ଲାର ଏହି ବ୍ଲକଟି ଭଦ୍ରକ ଜିଲ୍ଲାର ପଡୋଶୀ ହୋଇ ଥିବାରୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ବ୍ଲକର ମୋଟ ୩୧ଟିଯାକ ପଞ୍ଚାୟତରେ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ ପ୍ରତି ପଞ୍ଚାୟତର ୨/୩ଟି ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳି ଭାବେ ପ୍ରସ୍ତୁତ କରାଯାଇଛି । ବ୍ଲକରେ ଥିବା ୩ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ମୋଟ ୬୬ଟି ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ କରାଯାଇଛି । ସେହିପରି ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଆଇତିପୁର ଆଦି ବୈତରଣୀ ନଦୀକୁଳରେ ଥିବା ବୁଡି ଅଞ୍ଚଳର ପଞ୍ଚାୟତ ଗୁଡିକୁ ବିୋଷ ପ୍ରାଧାନ୍ୟ ଦିଆଯାଇଛି । ସେହିପରି ହାବଳେଶ୍ୱର, ରତକଣା, କରଗୋଳା ପ୍ରଭୃତି ଗ୍ରାମରେ ଥିବା ତିନୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଥିବାବେଳେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଏଗୁଡିକୁ ବିଶୋଧନ କରାଯାଇଛି । ବିଶେଷକରି ଚାଳଛପର ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହିତ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ଆସନ୍ନପ୍ରସବା ମହିଳା, ଶିଶୁ ମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ମୋଟ ୪୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଆକଳନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ଆଶ୍ରୟସ୍ଥଳୀ ମାନଙ୍କରେ ସେମାନଙ୍କୁ କୋଭିଡ ଗାଇଡଲାଇନ ଅନୁଯାଇ ରଖାଯିବା ସହିତ ସେମାନେ ଯେପରି ସୁବିଧାରେ ରହିବେ ତାହାର ସୁବ୍ୟବସ୍ଥା ଯତ୍ନ ନିଆଯାଇଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଜରୁରୀ କାଳୀନ ସେବା ଓ ଉଦ୍ଧାର କାର୍ଯ୍ୟ ପାଇଁ ଯୁଦ୍ଧକାଳୀନ ଭିତିରେ ସମସ୍ତ ଆନୁସଂଗିକ ବ୍ୟବସ୍ଥା କରାଯାଇଛି । ପ୍ରତି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଥିବାବେଳେ ପ୍ରତି ପଞ୍ଚାୟତର କନିଷ୍ଠଯନ୍ତ୍ରୀ ମାନଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.