Home ଜିଲ୍ଲା ପରିକ୍ରମା ବାସୁଦେବଜୀଉ କ୍ରିକେଟ୍‌,ଏସ୍‌.ଜି ଇଲେଭେନ୍ ବିଜୟୀ

ବାସୁଦେବଜୀଉ କ୍ରିକେଟ୍‌,ଏସ୍‌.ଜି ଇଲେଭେନ୍ ବିଜୟୀ

13

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲ ପଡ଼ିଆ ଠାରେ ବାସୁଦେବଜିୟୁ ଯୁବ ପରିଷଦ ଆମ୍ପୋର ଆନୁକୂଲ୍ୟରେ ଚାଲିଥିବା ୧୫ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଦଳ ଭାଗ ନେଇଥିଲେ । ଫାଇନାଲ୍ ମ୍ୟାଚ୍ ଏମ୍‌.ସି.ସି ସରିପଳ ସହ ଏସ୍‌.ଜି ଇଲେଭେନ୍ ଭଦ୍ରକ ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ସରିପଳ ନିର୍ଦ୍ଧାରିତ ୮ ଓଭରରେ ୫ୟୁଇକେଟ୍ ହରାଇ ୬୯ରନ୍ କରିଥିଲା । ଜବାବ୍‌ରେ ଭଦ୍ରକ ଦଳ ୨ଗୋଟି ୟୁଇକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଖେଳକୁ ଅଶୋକ ରାଉତ, ବିଶ୍ୱନାଥ ଲେଙ୍କା ଅମ୍ପାରିଂ,ସ୍କୋରରରେ ପ୍ରହ୍ଲଲାଦ ପହି ଓ ତପୁନୁ ଲେଙ୍କା ରହିଥିବା ବେଳେ ପ୍ରମୋଦ ଜେନା ଓ ରବିନ୍ଦ୍ର ରାଉତ ଭାଷ୍ୟକାର ଥିଲେ । ଆୟୋଜିତ ପୁରସ୍କାର ବିତରଣୀ ସଭାକୁ କ୍ଲବ ସଭାପତି ପବିତ୍ର କୁମାର ଲେଙ୍କା ପୌରହିତ୍ୟ କରିଥିଲେ । ଏଥିରେ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ କିଶୋର ଚନ୍ଦ୍ର ଦାସ, ଅଦର୍ଶ ଶିକ୍ଷକ ଶଶି ଶେଖର କରଶର୍ମା, ବରିଷ୍ଠ ନାଗରିକ ମୁରଲିଧର ଲେଙ୍କା, ରାଜେନ୍ଦ୍ର ଲେଙ୍କା, କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ବକ୍ତବ୍ୟ ରଖିଥିବା ବେଳେ ବିଜୟୀ ଓ ରନସ୍‌ଅଫ୍ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ହିରାଲାଲ ମାଣ୍ଡେଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବ ସମ୍ପାଦକ ଗଜେନ୍ଦ୍ର ନାରାୟଣ ଲେଙ୍କା, କୋଷାଧ୍ୟକ୍ଷ ସୁଭେନ୍ଦୁ ଶଙ୍କର ଲେଙ୍କା, ସତ୍ୟପ୍ରକାଶ ସାମଲ, ଶୁଭମ ମଲ୍ଲିକ, ପିଣ୍ଟୁ ଦାସ, ସତ୍ୟବ୍ରତ ବେହେରା, ଆଶ୍ମୁମାନ ଲେଙ୍କା ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.