Home ଜିଲ୍ଲା ପରିକ୍ରମା ବାଲିସାହି ବିଦ୍ୟାଳୟରେ ଭାଇରାଲ ଶିକ୍ଷକଙ୍କ ନିଯୁକ୍ତିକୁ ବିରୋଧ , ମଦ୍ୟପ ଶିକ୍ଷକ ସମାଜ ପ୍ରତି କଳଙ୍କ,...

ବାଲିସାହି ବିଦ୍ୟାଳୟରେ ଭାଇରାଲ ଶିକ୍ଷକଙ୍କ ନିଯୁକ୍ତିକୁ ବିରୋଧ , ମଦ୍ୟପ ଶିକ୍ଷକ ସମାଜ ପ୍ରତି କଳଙ୍କ, ଶିକ୍ଷାଧିକାରୀ ଯତ୍ନବାନ ହେବା ଜରୁରୀ

5

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାଥ ଦାସଙ୍କ ଆଚରଣ ର ଦୃଶ୍ୟ ଚର୍ଚାର ବିଷୟ ପାଲଟିଥିଲା। ଏହି ଆଚରଣ ଉଚ୍ଚାରଣ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜ ସଂପୃକ୍ତ ଶିକ୍ଷକ ଶ୍ରୀ ନାଥ ଦାସଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ସମୟରେ ସଂପୃକ୍ତ ଶିକ୍ଷକ ଦୋସିଙ୍ଗା କ୍ଲଷ୍ଟର ବାଲିସାହି ପ୍ରାଥମିକ ବିଦ୍ୟାଳୟରେ ଡ୍ୟୁଟି କରିବେ ବୋଲି ଦର୍ଶାଇଛନ୍ତି। ମାତ୍ର ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଆଚରଣ ଏବଂ ଉଚ୍ଚାରଣ ଭିଡିଓ ଭାଇରାଲ ସାଙ୍ଗକୁ ସଂପୃକ୍ତ ପ୍ରଧାନ ଶିକ୍ଷକ ନିଶାସକ୍ତ ବୋଲି ଚର୍ଚା ଚାଲିଥିଲା। ଫଳରେ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ଏବଂ ସଂପୃକ୍ତ ଶିକ୍ଷକଙ୍କୁ ସାମୁହିକ ସମୟ ପାଇଁ ଦୋସିଙ୍ଗା କ୍ଲଷ୍ଟର ବାଲିସାହି ବିଦ୍ୟାଳୟରେ ନିଯୁକ୍ତିକୁ ନେଇ ବାଲିସାହି ବିଦ୍ୟାଳୟ ପରିଚାଳନା କମିଟି ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଗଲେ ଏହାର କୁ ପ୍ରଭାବ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉପରେ ପଡିବ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ବାଲିସାହି ବିଦ୍ୟାଳୟରେ ନିଯୁକ୍ତି କୁ ବିରୋଧ କରାଯିବ ଏବଂ କୌଣସି ପରିସ୍ଥିତି ଉପୁଜିଲେ ଏଥିପାଇଁ ବ୍ଲକ ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ବ୍ଲକ ଶିକ୍ଷାଧିକାରୀ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି କିଛି ସମୟ ପାଇଁ ଦିଆଯାଇଛି। ତଦନ୍ତ ସରିବା ପରେ ତାଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ସମାଜ ପ୍ରତି କଳଙ୍କ ତୁରନ୍ତ ଏଭଳି ଶିକ୍ଷକଙ୍କ ପ୍ରତି ଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.