Home ଜିଲ୍ଲା ପରିକ୍ରମା ବସ ଚାଳକ ଚାପିଦେଲା ସହାୟକକୁ , ଘଟଣା ସ୍ଥଳରେ ଉତେଜନା

ବସ ଚାଳକ ଚାପିଦେଲା ସହାୟକକୁ , ଘଟଣା ସ୍ଥଳରେ ଉତେଜନା

9

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ଆର୍ନ୍ତରାଜ୍ୟ ବସ ଚାଳକ ନିଜର ଅସାବଧାନତା ବସତ ନିଜର ସହାୟକକୁ ଚାପି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରାରୁ ପଶ୍ଚିମବଙ୍ଗ ର କାନ୍ଥିକୁ ଯାତାୟତ କରୁଥିବା ସୁଭଦ୍ରା ବସଟି ରାତ୍ର ୮ଟା ସମୟରେ କାନ୍ଥି ଯାଉଥିବା ସମୟରେ କରଞମାଳ ଠାରେ ରାସ୍ତାରେ ଷଣ୍ଢ ଶୋଇଥିବାରୁ ସଂପୃକ୍ତ ବସର ସହାୟକ(ହେଲପର) ବସରୁ ଓହ୍ଲାଇ ରାସ୍ତାରୁ ଷଣ୍ଢକୁ ଗୋଡାଉଥିଲା। ଏହି ସମୟରେ ରାସ୍ତାରୁ ଷଣ୍ଢଟି ପଳାଇଯାଇଥିବା ବେଳେ ସଂପୃକ୍ତ ବସ ହେଲପରଟି ବସ ଆଗରେ ଠିଆ ହୋଇ ଯାଇଥିଲା। ମାତ୍ର ବସର ଚାଳକ ସଂପୃକ୍ତ ହେଲପରକୁ ଦେଖି ନପାରି ସେହି ସ୍ଥାନରେ ଚାପି ଦେଇଥିଲା। ଘଟଣା ସ୍ଥଳରେ କରଞମାଳ ଫାଣ୍ଡି ପୁଲିସ ଏବଂ ସ୍ଥାନୀୟ ଲୋକେ ପହଂଚି ସଂପୃକ୍ତ ବସର ହେଲପରକୁ ଏକ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିଲେ ମାତ୍ର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ସଂପୃକ୍ତ ବସର ହେଲପରର ଘର ପଶ୍ଚିମବଙ୍ଗ କାନ୍ଥି ଅଂଚଳର ବୋଲି ଜଣାଯାଇଛି। ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ସହ ପୁଲିସ ଘଟଣା ସ୍ଥଳରୁ ବସଟିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.