ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ଠାରେ ୟେସ ଗ୍ରୁପ୍ ପକ୍ଷ ରୁ ରଜ ମହୋତ୍ସବ ପାଳନ ହୋଇ ଯାଇଛି। ୟେସ ଗ୍ରୁପ୍ ମୁଖ୍ୟ ରାଜୀବ କୁମାର ନାୟକ ଓ ଯୁବ ସମାଜ ସେବୀ ମନୋଜ ନାୟକ ଙ୍କ ନେତୃତ୍ୱ ରେ ସକାଳେ ଗଣ ଦୌଡ ପ୍ରତିଯୋଗିତା ହୋଈ ଯାଇଛି। ଧାବିକା ଦୂତି ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହା ଭେଡାନାଇକାଣୀ ମନ୍ଦିର ରୁ ଆରମ୍ଭ ହୋଇ ବାଲିମେଦ ମେଳଣ ପଡିଆ ଯାଏଁ ଆସିଥିଲା। ଉଭୟ ପୂରୁଷ ଓ ମହିଳା ବିଭାଗ ଅଲଗା ଅଲଗା ଭାବେ ଦୌଡ ହୋଇଥିଲା। ସେହିପରି ଝିଅ ବୋହୂ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ସଂଧ୍ୟାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନୀତ ଅତିଥି ଭାବେ ବିଡ଼ିଓ ତନ୍ମିତା କର, କବି ଦିନ ବନ୍ଧୁ ପତି, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସହ କାର୍ଯ୍ୟବାହ ରବି ନାରାୟଣ ପଣ୍ଡା, ହିନ୍ଦୁ ଜାଗରଣ ମଂଚ ର ସଞ୍ଜୟ କୁମାର ଦାସ, ସ୍ୱଦେଶୀ ଜାଗରଣ ମଂଚ ର ପୁଷ୍ପାରାଣୀ ଲେଙ୍କା , ୟେସ ଗ୍ରୁପ୍ ମୁଖ୍ୟ ରାଜୀବ କୁମାର ନାୟକ,ଅମର କୁମାର ସାହୁ ଯୋଗ ଦେଇଥିଲେ। ମନୋଜ୍ ନାୟକ ଙ୍କ ସଭାପତିତ୍ୱ ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ସୁଶାନ୍ତ କୁମାର ଦାସ ମଂଚ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଆର୍ôଥକ ରାଶି, ମାନ ପତ୍ର ଦେଇ ପୁରସ୍କୃତ କରାଯାଇଛି। ସେହିପରି ରଜ ମହୋତ୍ସବ ୨୦୨୬ ସ୍ମାରକୀ ଅତିଥି ମାନଙ୍କୁ ୟେସ ଗ୍ରୁପ୍ ମୁଖ୍ୟ ରାଜୀବ କୁମାର ନାୟକ ଓ ମନୋଜ୍ ନାୟକ ପ୍ରଦାନ କରିଛନ୍ତି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।








