Home ଜିଲ୍ଲା ପରିକ୍ରମା ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଙ୍ଗଠନର ବାର୍ଷିକ ଉତ୍ସବ

ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଙ୍ଗଠନର ବାର୍ଷିକ ଉତ୍ସବ

8

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତ ପାଂଚପଡ଼ା ସ୍ଥିତ ବାବା କ୍ଷେମେଶ୍ୱର ସ୍ୱେଚ୍ଛାସେବୀ ସଂଗଠନ ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଆଦିତ୍ୟ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବନ୍ଧଗାଁ ପଂଚାୟତ ର ସରପଂଚ ନିରୋଦ ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଅତିଥି ମାନଙ୍କ ମଧ୍ୟରେ ସମାଜ ସେବୀ ଚନ୍ଦ୍ରକାନ୍ତ ମହାପାତ୍ର, ରାମଚନ୍ଦ୍ର ସାହୁ,ମାନସ ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ଦାମୋଦର ମହାକୁଡ଼, ସମାଜ ସେବୀ ତଥା ପ୍ରାକ୍ତନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ବେହେରା, ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ୱ ରାଧାକାନ୍ତ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ମହାକୁଡ଼, ଶିକ୍ଷାବିତ ରାମଚନ୍ଦ୍ର ନାୟକ, ସମାଜ ସେବୀ ପ୍ରଭାକର ସାମଲ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ମାଧ୍ୟମରେ ଅନୁଷ୍ଠାନ ର ଉତରୋତର ବିକାଶ ର କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶେଷ ଆକର୍ଷଣ ଥିଲେ ଡଃ ମୋନାଲିସା ପଣ୍ଡା। ନିଜ କ୍ଲିନିକ୍ ତରଫରୁ ଏକ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଖୁବ୍ ଶୀଘ୍ର ଏକ ଶିବିର ର ଆୟୋଜନ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ ।ସମ୍ପାଦକ ଗଣେଶ ମହାଳିକ ବାର୍ଷିକ ବିବରଣୀ ପାଠ କରିଥିଲେ। ହୃଷିକେଶସେଠୀ,ଆଦିତ୍ୟ ପଣ୍ଡା,ସୁରେଶ ନାୟକ ,କାର୍ତିକ ଦାସ,ସଂଗ୍ରାମ ଗାହାଣ,ଆଲୋକ ନାୟକ ,ଜୟନ୍ତ ଗାହାଣ,ବିଶ୍ୱଜିତ୍ ସୂତାର,କ୍ଷୀରୋଦ ଜେନା,ନିରାକାର ଉପାଧ୍ୟାୟ ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ସଭା ଶେଷରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସର୍ବ ଶେଷରେ ଅନୁଷ୍ଠାନ ର ଉପଦେଷ୍ଟା ଶ୍ୟାମସୁନ୍ଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.