Home କନ୍ଧମାଳ ବାଲିଗୁଡାରେ ଆମ ପୋଲିସର ସଚେତନତା ବୈଠକ

ବାଲିଗୁଡାରେ ଆମ ପୋଲିସର ସଚେତନତା ବୈଠକ

96

ବାଲିଗୁଡା, ୨୫-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପରିସରରେ ଆମ ପୋଲିସର ସଚେତନତା କାର୍ଯ୍ୟକ୍ରମ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୂଆ ମୋଟର ଯାନ ନିୟମ, ଏଟିଏମ ଜାଲିଆତି ମାମଲା, ଅନ୍ଧ ବିଶ୍ୱାସ ପରିଣାମ, ପାରିବାରିକ ହିଂସା ସମେତ ବିଭିନ୍ନ ଆଇନ ସମ୍ପର୍କରେ ଉପସ୍ଥିତ ନାଗରିକମାନଙ୍କୁ ଅବଗତ କରିଥିଲେ ଏବଂ ଆସନ୍ତା ଦଶହରା ପୂଜା ସମୟରେ ସହର ର ଟ୍ରାଫିକ, ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଏନଏସି ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, କାଉନସିଲର ଶିରୀଶ ପ୍ରଧାନ, ବରଦା ପ୍ରସାଦ ମିଶ୍ର, ନାରାୟଣ ଡାକୁଆ, ଅର୍ଜୁନ ନାୟକ, ସମେତ ବାଲିଗୁଡା ର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଲୋକ ପ୍ରତିନିଧି,  ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.