Home ଓଡ଼ିଶା ଭୋଟ ଦେବେ ଆଶୀର୍ବାଦ ବେହେରା !

ଭୋଟ ଦେବେ ଆଶୀର୍ବାଦ ବେହେରା !

124

କଟକ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ପାଖେଇ ଆସୁଛି ଓସିଏ ନିର୍ବାଚନ । ସଦସ୍ୟଙ୍କ ମଧ୍ୟ ବଢ଼ୁଛି ଉତ୍ସୁକତା । ପ୍ରାର୍ଥୀମାନେ ବି ଭୋଟ ହାତେଇବା ପାଇଁ ଜୋରଦାର ପରିଶ୍ରମ ଚଳାଇଛନ୍ତି । ନଜ ସପକ୍ଷରେ ମତ ସଂଗ୍ରହ କରିବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ତେବେ ବହୁ ଚର୍ଚ୍ଚିତ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏବେ ଜେଲ୍‌ରେ ଅଛନ୍ତି । ଅର୍ଥତତ୍ୱ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲରେ ତାଙ୍କୁ ଗିରଫ କରିଛି ସିବିଆଇ । ସିବିଆଇ ଦ୍ୱାରା ଆଶୀର୍ବାଦ ଗିରଫ ହୋଇଥିଲେ ମଧ୍ୟ ସେ ଓସିଏ ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିପାରିବେ ବୋଲି କୁହାଯାଉଛି । ଭୋଟ୍‌ ଦେବାକୁ ଅନୁମତି ଦେବା ପାଇଁ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ସେ ଭୋଟ୍‌ ଦେଇପାରିବେ ବୋଲି ସୂଚନା ମିଳିଛି । ସେ ବ୍ୟକ୍ତିଗତ ଭାବେ ଯାଇ ବାଲାଟ୍‌ ପେପରରେ ଭୋଟ ଦେଇପାରିବେ ବୋଲି କୁହାଯାଉଛି । ଆଶୀର୍ବାଦ ଏବେ ଅସୁସ୍ଥ ଥିବାରୁ ଝାରପଡ଼ା ଜେଲ୍‌ରୁ ତାଙ୍କୁ ଭୁବନେଶ୍ୱର ୟୁନିଟ୍‌ 6 ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.