Home ଓଡ଼ିଶା ଆସୁନାହାଁନ୍ତି ସରକାରୀ ଅଧିକାରୀ, ଦିନ ଗୋଟାଏ ପରେ ବି କ୍ଷୁଦ୍ର ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ...

ଆସୁନାହାଁନ୍ତି ସରକାରୀ ଅଧିକାରୀ, ଦିନ ଗୋଟାଏ ପରେ ବି କ୍ଷୁଦ୍ର ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କ ଚଉକି ଖାଲି

227

କୋଦଳା : ୨୬/୦୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସରକାର ୫ ଟି କଥା କହୁଥିବା ଏବଂ ମୋ ସରକାର କାର୍ଯ୍ୟକାରୀ କରିବା ପାଇଁ ଯାଉଥିବା ବେଳେ ଗଂଜାମ କୋଦଳା ଏନ୍ ଏ ସି ରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଫିସ୍ କୁ ନ ଆସି ମନଇଚ୍ଛା ବାହାରେ ରହିବା ଏବେ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁରୁବାର ଅଫିସ୍ ସମୟରେ କୋଦଳା ଆର୍ ଡି ଓ ଏମ୍ ଆଇ ବିଭାଗରେ ରିଅଲିଟି ଚେକ୍ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ କାର୍ଯ୍ୟାଳୟରେ ପହଞ୍ଚି ବାସ୍ତବ ସ୍ଥିତି ପରଖିଥିଲେ। ଦିନ ଗୋଟାଏ ବାଜିଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ସୁରଜିତ୍ ଦାସଙ୍କ ଅଫିସ୍ ରେ ଦେଖା ମିଳିନଥିଲା। ଜଣେ ପିଅନ ଅଫିସ୍ ଖୋଲି ବସିଥିବା ଦେଖିବାକୁ ମିଳିଥିଲା। ସେପଟେ କୋଦଳା ଗ୍ରାମ୍ୟଉନ୍ନୟନ ବିଭାଗର କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।ବିଭାଗୀୟ ଯନ୍ତ୍ରୀ ସଞ୍ଜୀବକୁମାର ପାତ୍ରଙ୍କ ଅଫିସ୍ ରେ ତାଲା ଝୁଲୁଥିବା ବେଳେ ଜଣେ ପିଅନ ବାହାରେ ବସିଥିବା ଦେଖିବାକୁ ମିଳିଥିଲା। ଏନେଇ ଯନ୍ତ୍ରୀ ମହାଶୟଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଘରେ ଥିବା କଥା କହିଥିଲେ ଏବଂ ଫିଲ୍ଡ କାମ ଥିବାରୁ ଅଫିସ୍ ଯାଇନି ବୋଲି କହିଥିଲେ। ତେବେ ଉକ୍ତ ବିଭାଗରେ ଯନ୍ତ୍ରୀ ମହୋଦୟଙ୍କ ଅର୍ଧେକ ଦିନ ଅଫିସରେ ଦେଖା ନ ମିଳିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ଅବଗତ କରାଇବା ପାଇଁ ଲୋକେ ଯୋଗାଯୋଗ କରି ନପାରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.