Home ଜିଲ୍ଲା ପରିକ୍ରମା ବାରିକପୁର ଜୁନିୟର କଲେଜ ଅଧ୍ୟକ୍ଷଙ୍କ ପରଲୋକ

ବାରିକପୁର ଜୁନିୟର କଲେଜ ଅଧ୍ୟକ୍ଷଙ୍କ ପରଲୋକ

81

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁରସ୍ଥିତ ପଂଚାୟତ ଉଚ୍ଚତର ମାଧ୍ୟମିକ ସ୍କୁଲ (ଜୁନିୟର କଲେଜ) ଅଧ୍ୟକ୍ଷ ବିପିନ ବିହାରୀ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହେ ପୂର୍ବରୁ ଅସୁସ୍ଥତା ଅନୁଭବ କରି ଭଦ୍ରକ ଜିଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ କଟକକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି। ସ୍ୱର୍ଗତ ମହାପାତ୍ର ବୃକକ୍ ଜନିତ ସମସ୍ୟା ସହ ମଧୁମେହ, ହୃଦରୋଗ ଭଳି ରୋଗରେ ସେ ପୀଡିତ ଥିଲେ। କରୋନା ସଂକ୍ରମଣ ନେଇ ମଧ୍ୟ କୁହାଯାଉଥିଲା। ୰ ମହାପାତ୍ର ୧୯୮୯ ମସିହାରେ ବାରିକପୁର କଲେଜ ପ୍ରତିଷ୍ଠା ହେବା ଦିନ ଠାରୁ ଅଧ୍ୟାପକ ଭାବେ ଯୋଗଦେଇ ସୂଚାରୁ ରୂପେ ଅଧ୍ୟାପନ କାର୍ଯ୍ୟ ତୁଲାଇ ଆସୁଥିଲେ। ୨୦୧୧ ମସିହା ଠାରୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଗାମୀ ୨୦୨୧ ଅପ୍ରେଲ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାବେଳେ ଅକାଳରେ ପରଲୋକ ଗମନ କରିଛନ୍ତି। ତାଙ୍କ ଧର୍ମପତ୍ନୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ଏକମାତ୍ର କନ୍ୟା ଉଚ୍ଚ ଶିକ୍ଷା ସମାପ୍ତ କରିଛନ୍ତି। ଏକମାତ୍ର ପୁତ୍ର କଟକ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ଭଣ୍ଡାରିପୋଖରୀ ବ୍ଲକ୍ର ବିଷ୍ଣୁପୁର ତାଙ୍କର ପୈତୃକ ଗ୍ରାମ। ତାଙ୍କ ପିତାଙ୍କର ଗତ ଦୁଇବର୍ଷ ପୂର୍ବେ ଦେହାନ୍ତ ହୋଇଥିବାବେଳେ ମାତା ଓ ଅନ୍ୟ ଚାରିଭାଇଙ୍କ ପରିବାର ଗ୍ରାମରେ ବସବାସ କରୁଛନ୍ତି। ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ବାରିକପୁର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କର୍ମଚାରୀଙ୍କ ସମେତ ଜୁନିୟର କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେହିପରି ବିଷ୍ଣୁପୁର ଗ୍ରାମ ସମେତ ବାରିକପୁର ବଜାର ପକ୍ଷରୁ ମଧ୍ୟ ବ୍ୟାପକ ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.