Home Top News ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

78

କଟକ: ୧୮/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ନନ୍ଦନକାନନର ପଦାସାହିସ୍ଥିତ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ କବାଟ ଭଙ୍ଗାଯାଇ ସିଲିଂ ଫ୍ୟାନ ରେ ଝୁଲନ୍ତା ଅବସ୍ଥା ରେ ଥିବା ଦେଖାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହଁ। ବ୍ୟବଛେଦ ପାଇଁ ମୃତଦେହକୁ କଟକ ଏସ ସି ବି କୁ ପଠାଯାଇଛି। ତାଙ୍କର ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.