Home Top News ବେଆଇନ୍ ଗୋଚାଲାଣ ବେଳେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଚଢ଼ାଉ: ୩ ଗିରଫ୍

ବେଆଇନ୍ ଗୋଚାଲାଣ ବେଳେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଚଢ଼ାଉ: ୩ ଗିରଫ୍

57

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରୁ ଏକ ଟାଟା ଏସିରେ ବେଆଇନ୍ ଗୋଚାଲାଣ ହେଉଥିବା ବେଳେ ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖବର ପାଇ ଅଚାନକ ଚଢ଼ାଉ କରାଯାଇଥିଲା। ଗୋଚାଲାଣ କରୁଥିବା ତିନି ଅଭିଯୁକ୍ତଙ୍କୁ ଧରି ହିନ୍ଦୁ ସଙ୍ଗଠନ ପକ୍ଷରୁ ପୋଲିସ୍ ଜିମା ଦିଆଯାଇଛି। ତିନି ଅଭିଯୁକ୍ତ ମାନେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ଅଞ୍ଚଳର ଏସ. କେ ସକୁନ୍, ଏସ. କେ କସିମ୍ ଓ ସେକ୍ ମତଲୁବ ଅଲ୍ଲି ବୋଲି ଜଣାପଡ଼ିଛି। ସେମାନଙ୍କ ପାଖରୁ କଟୁରୀ ଓ ଲୁହାଛଡ଼ ଆଦି ଜବତ କରାଯାଇଛି। ଏହା ସହ ଚାଲାଣ ହେଉଥିବା ଟାଟା ଏସିକୁ (ଓଡି- ୦୨ କ୍ୟୁ – ୮୬୫୪) ଜବତ କରାଯିବା ସହ ଚାଲାଣ ହେଉଥିବା ୪ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ପୋଲିସ୍ ସହାୟତାରେ ନିକଟସ୍ଥ କୌଣସି ଗୋଶାଳାକୁ ହସ୍ତାନ୍ତର କରାଯିବ ଏବଂ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଦୀର୍ଘ ଦିନ ହେଲା ବ୍ୟାପକ ପରିମାଣରେ ବେଆଇନ୍ ଗୋଚାଲାଣ ହୋଇଆସୁଛି। ତେବେ ଏବେ କିଛି ଦିନ ହେଲା ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ପକ୍ଷରୁ ଗୋରକ୍ଷକ ସ୍କ୍ୱାର୍ଡ ଗଠନ କରାଯାଇ ବେଆଇନ୍ ଗୋଚାଲାଣ ଉପରେ ଚଢ଼ାଉ କରାଯାଉଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.