Home ଜିଲ୍ଲା ପରିକ୍ରମା ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗଣମାଧ୍ୟମ ଅବିଚ୍ଛେଦ୍ୟ ଅଙ୍ଗ, ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ...

ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗଣମାଧ୍ୟମ ଅବିଚ୍ଛେଦ୍ୟ ଅଙ୍ଗ, ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଅଷ୍ଟମ ସଂଧ୍ୟା

62

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭଭାବେ ପରିଚୟ ଲାଭ କରି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଅବିଚ୍ଛେଦ୍ୟ ଅଙ୍ଗଭାବେ ରହିଥିବାରୁ ଗଣତନ୍ତ୍ର ସଫଳତା ଲାଭ କରୁଛି। ଦୀନ, ଦୁଃଖୀ, ଦୁର୍ଗତି ଜନଗଣଙ୍କର ଚିର ସାଥି ହୋଇ ଗଣମାଧ୍ୟମର ପ୍ରତିନିଧିମାନେ ଯେପରି ବନ୍ୟା, ବାତ୍ୟା, ଭୂମିକମ୍ପ, ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳ ତଥା ଯୁଦ୍ଧର ବିଭୀଷିକା। ଅଞ୍ଚଳର ନିଜ ଜୀବନକୁ ଖାତିର୍ ନକରି ପହଞ୍ଚି ଯାଆନ୍ତି ସେପରି ସରକାରଙ୍କ ଦୋଷ ଦୁର୍ବଳତା, ଆପାରଗତା, ଜନବିରୋଧି ନିତି ଓ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବା ପାଇଁ ଆଦୌ ଭୟଭିତ ହୁଅନ୍ତି ନାହିଁ ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ଅଷ୍ଟମ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବତନ ସାଳନ୍ଦୀ ସମାଚାରର ସଂପାଦକ ତଥା ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାୟଙ୍କ ସ୍ମୃତିରେ ଉତ୍ସର୍ଗିତ ଏହି ସାରସ୍ୱତ ସଂଧ୍ୟାରେ ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ତଥା ସ୍ୱରାଜବାର୍ତ୍ତାର ମୁଖ୍ୟ ସଂପାଦକ ରବିନାରାୟଣ ଖିଲାର ପୌରାହିତ୍ୟ କରିଥିଲେ।

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟଅତିଥି, ସୁନ୍ଦରଗଡ଼ ଡି.ଏସ୍‌.ପି. ସାହିତ୍ୟିକ, ପ୍ରଭାତ ବିଶ୍ୱାଳ ମୁଖ୍ୟବକ୍ତା, ଖୋଲାଫର୍ଦର ସମ୍ପାଦକ ବିମଳ କୁମାର ଭଞ୍ଜଦେଓ, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘ କୋଷାଧ୍ୟକ୍ଷ ରାଜେନ୍ ଚୌଧୁରୀ, ଅଧ୍ୟାପକ ନିହାର ରଂଜନ କର, ଉତ୍ସର୍ଗ ସ୍ୱେଛାସେବୀ ସଂଗଠର ଅଧ୍ୟକ୍ଷ ସାମ୍ବାଦିକ ଅପୂର୍ବ ରଂଜନ ବେହେରା, ମାଲ୍‌କାନ୍‌ଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ର, ଭଦ୍ରକ ପୌରପାଳିକା ପରିଷଦ ସଦସ୍ୟ ଆଶିସ୍ ଅମିତାଭ ମହାପାତ୍ର ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଜନସେବାରେ ଗଣମାଧ୍ୟମ ଓ ସାମ୍ବାଦିକତା ଶିରୋନାମାରେ ଏକ ଆଲୋଚନା ଚକ୍ର ଉକ୍ତ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ମନୋରମା ରାୟ ଅତିଥି ମାନଙ୍କୁ ମଞ୍ଚାସୀନ କରିଥିବା ବେଳେ ସଭାପତି ଇଂ ଅଭୟ ସୁତାର ଅତିଥି ପରିଚୟ, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସାମ୍ବାଦିକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନ ସମ୍ପାଦକ ବାବୁଲାଲ ଦାସ, କବୟତ୍ରୀ ଚୈତାଳି ଖିଲାର, ଉପସଭାପତି ଡ. ରମାକାନ୍ତ ନାୟକ, ନାଟ୍ୟଶ୍ରୀ ନିର୍ମଳ ରାଉତ ସଭାପରିଚାଳନା କରିଥିଲେ ଏବଂ ସାଂସ୍କୃତିକ ସଂପାଦକ ରାମ ନାରାୟଣ ମହାନ୍ତି, ରଶ୍ମିତା ସେଠୀ, ସୁଶ୍ରୀ ଶୁଭସ୍ମିତା ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.