Home ଜିଲ୍ଲା ପରିକ୍ରମା ବାତ୍ୟା ଆସିଲେ ମନେପଡେ ବାତ୍ୟା ଆଶ୍ରୟସ୍ଥଳ : ଚାନ୍ଦବାଲି ବ୍ଲକରେ ସମସ୍ତ ଆଶ୍ରୟସ୍ଥଳୀ ବାସ ଅନୁପଯୋଗୀ

ବାତ୍ୟା ଆସିଲେ ମନେପଡେ ବାତ୍ୟା ଆଶ୍ରୟସ୍ଥଳ : ଚାନ୍ଦବାଲି ବ୍ଲକରେ ସମସ୍ତ ଆଶ୍ରୟସ୍ଥଳୀ ବାସ ଅନୁପଯୋଗୀ

634

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୯ର ମହାବାତ୍ୟା ପରେ ଚାନ୍ଦବାଲି ବ୍ଲକରେ ୩୫ଟି ବାତ୍ୟା ଆଶ୍ରୟସ୍ଥଳ ଗଢି ଉଠିଥିଲା ଏଥି ମଧ୍ୟରୁ ୨୯ଟି ଓସଡାମା ନିର୍ମାଣ କରିଥିବା ବେଳେ ଆଉ ୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ରେଡକ୍ରସ ନିର୍ମାଣ କରିଥିଲା । ଏହାର ଲକ୍ଷ୍ୟ ଥିଲା କୌଣସି ପ୍ରାକୃତିକବିପର୍ଯ୍ୟୟ ସମୟରେ ସେହି ଅଂଚଳର ଲୋକଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଯୋଗାଇ ଦେବା । ୧୯୯୯ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୧ବର୍ଷ ହେବ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ କେଉଁଠି ସଂପୂର୍ଣ ଭାଙ୍ଗୁରୁଜି ଗଲାଣିତ ଆଉ କେଉଁଠି ପାନୀୟ ଜଳର ସମସ୍ୟା,ସା୍‌ଙ୍ଗକୁ କବାଟ ଝରକାକୁ ସ୍ଥାନୀୟ ଅସାମାଜିକ ଲୋକେ ତାଡି ନେଲେଣି, ଆଉ କେଉଁଠି ଏହା ଅସାମାଜିକ ଲୋକଙ୍କ ଚରାଭୂଇଁ ପାଲଟିଛି । ଫଣି ସମୟରେ ସରକାରଙ୍କ ନିଦ ଭାଙ୍ଗି ନଥିଲା ।ପ୍ରଥମତଃ କରୋନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିବା ବେଳେ ଅମ୍ଫାନ ବାତ୍ୟା ପାଇଁ ରାତି ଅଧିଆ ଜିଲ୍ଲା ପ୍ରଶାସନ ର ନିର୍ଦେଶ ଯୋଗୁ ଏହା ବଡ ବିଷମ ସମସ୍ୟା ସୃଷ୍ଟି କରିଛି । ବର୍ତମାନ ଓଡିଶାର ଦ୍ୱାର ଦେଶରେ ବାତ୍ୟା ଆମ୍ଫାନ କୁ ନେଇ ରାଜ୍ୟ ବାସୀ ପ୍ରମାଦ ଗଣୁଥିବା ବେଳେ ରାଜ୍ୟ ସରକାର ନିଘୋଡ ନିଦରେ ।ଜିଲ୍ଲା ପ୍ରଶାସନ ରାତି ଅଧିଆ ପାନୀୟଜଳ ଯୋଗାଣ ବିଭାଗ,ବିଦ୍ୟୁତ ବିଭାଗ ଏବଂ ଅନ୍ୟ ବିଭାଗର ଯନ୍ତ୍ରୀ ମାନଙ୍କୁ ଡାକି ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ କୁ ମରାମତି ପାଇଁ ବିଭାଗୀୟ ନିର୍ଦେଶ ଦେଇଛନ୍ତି । ମାତ୍ର ଏହି ନିର୍ଦେଶ ପାଇବା ପରେ ଏହି ସମସ୍ତ ଆଶ୍ରୟ ସ୍ଥଳୀ ଗୁଡିକ ଅବସ୍ଥା ଆହୁରି ସଙ୍କଟାପର୍ଣ ହୋଇ ପଡିଛି । ଚନ୍ଦନୀପାଳ,ଦୋସିଙ୍ଗା,ନଛୀପୁର,ଧାନକୁଟା,ଜନ୍ତୁଆଳି,ବଳିଆରପୁର,ଗଙ୍ଗାଧର ପୁର,ଡିଆଁ ନରସିଂହପୁର, ସୁନାରୀ ପୋଖରୀ,ଖଦାଳପୋଖରୀ, ହରିଶପୁର,ଶୈଳେନ୍ଦ୍ରପଲୀ,କନକ ପ୍ରସାଦ,ବିଜୟପାଟଣା,ଏବଂ କରଞମାଳ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ପିଇବାପାଣିର ସୁ ବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ ହୋଇ ପାରି ନଥିବା ବେଳେ କିଛି ଆଶ୍ରୟସ୍ଥଳୀ ମାନଙ୍କରେ ବସିଥିବା ଗଭୀର ନଳକୂପ ଗୁଡିକ ଲୁଣି ପଡି ଯାଇଛି । ଏଥିସହ ଏହି ଆଶ୍ରୟସ୍ଥଳୀ ଗୁଡିକରେ ଗଛ କାଟିବା ପାଇଁ ଥିବା ପାଓାର କଟର କେଉଁଠି ଖରାପ ତ ଆଉ କେଉଁଠି ତାହାର ହିସାବ ମିଳି ପାରୁ ନାହିଁ ।

 

 

କନକପ୍ରସାଦ ତଥା କଇଥଖୋଲା ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଛାତରୁ ପ୍ଲାଷ୍ଟର ଖସିଲାଣି ଫଳରେ ଏଠାରେ ଜନତା ଆଶ୍ରିତ ହେବାକୁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ବହୁ ସ୍ଥାନରେ ଏହାର ରକ୍ଷଣାବେକ୍ଷଣ ପାଇଁ ବିନା ବେତନରେଁ ନିଯୁକ୍ତି ପାଇଥିବା ସଂପାଦକ ଏବଂ ସଭାପତି ସମସ୍ତ ଆସବାବପତ୍ର ଏବଂ ଜେନେରେଟର ଗୁଡିକୁ ନିଜ ଘରେ ମଧ୍ୟ ବ୍ୟବହାର କରୁଛନ୍ତି ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି ।୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ମଧ୍ୟରୁ ଅଦ୍ଧାଧିକ ବାସପୋଅନୁଯୋଗୀ ହୋଇ ପଡିଛି । ଇତି ମଧ୍ୟରେ ଚାନ୍ଦବାଲି ବ୍ଲକ କର୍ତୁପକ୍ଷ ୨୯ଟି ଆଶ୍ରୟସ୍ଥଳୀ ଗୁଡିକୁ ପଂଚାୟତରେ ଥିବା ଶାସକ ଦଳର ନେତା ମାନଙ୍କୁ ପ୍ରତି ଆଶ୍ରୟସ୍ଥଳୀ ଗୁଡିକୁ ରଙ୍ଗ ଏବଂ ମରାମତି କରିବା ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ଜଣାଯାଇଛି । ବ୍ଲକ ପ୍ରଶାସନ ଅମ୍ଫାନ ବାତ୍ୟାକୁ ଆଖି ଆଗରେ ରଖି ରାତାରାତି ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ମରାମତି କରିବା ପାଇଁ ମୌଖିକ ଆଦେଶ ଦେଇଛନ୍ତି ଫଳରେ ସମସ୍ତ ଠିକାଦାର ନିଜର ମନମାନୀରେ ଏହାକୁ ନିମ୍ନ ମାନର କାର୍ଯ୍ୟକରିବାରେ ଲାଗିପଡିଛନ୍ତି ଏବଂ ରାତି ଅଧିଆ ବିଲ କରି ନେବାକୁ ମସୁଧା ଚଳାଇଛନ୍ତି । ଚାନ୍ଦବାଲି ବ୍ଲକରେ ଥିବା ୩୫ଟି ବାତ୍ୟା ଆଶ୍ରୟସ୍ଥଳୀର ପୁନରୁଦ୍ଧାର ଜରୁରୀ ହୋଇ ପଡିଥିବା ବେଳେ ଠିକାଦାର ଏବଂ ବ୍ଲକ ପ୍ରଶାସନ କେବଳ ରଙ୍ଗମାଖି କୌଣସି ମରାମତି ନକରାଇ ଜନସାଧାରଣଙ୍କୁ ଚକମା ଦେଖାଇବାରେ ବ୍ୟସ୍ଥ ଥିବା ବେଳେ ଆସୁଥିବା ବାତ୍ୟା ଆମ୍ଫି ବହୁ ବହୁ ଜନଜୀବନ ର କ୍ଷୟକ୍ଷତି ଘଟିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ଆମ୍ଫି ବାତ୍ୟା ଯଦି ଫଣୀ ,ଫାଇଲିନ କିମ୍ବା ୯୯ ମହାବାତ୍ୟାର ରୂପ ନେବ ତା ହେଲେ ସରକାରଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ,ବେଳ ଥାଉ ଥାଉ ସରକାର ସାବଧାନ ହେବା ଜରୁରୀ ସହ ଏହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ରାତାରାତି କାମ ବନ୍ଦ ହେବା ଜରୁରୀ ହୋଇପଡିଛି । ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.