Home ଜିଲ୍ଲା ପରିକ୍ରମା ତାମିଲନାଡୁ ଓ କୋଲକାତାରୁ ନିଜ ଖର୍ଚ୍ଚରେ ଆସି ବନ୍ତଛକରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

ତାମିଲନାଡୁ ଓ କୋଲକାତାରୁ ନିଜ ଖର୍ଚ୍ଚରେ ଆସି ବନ୍ତଛକରେ ପହଞ୍ଚିଲେ ପ୍ରବାସୀ ଶ୍ରମିକ

279

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱରେ ଏବେ ମହାମାରୀ କରୋନା ତାର କରାଳ ରୂପ ଦେଖାଇଥିବାବେଳେ ସେଥିରୁ ବାଦ୍ ପଡିନାହାଁନ୍ତି ପ୍ରବାସୀ ଶ୍ରମିକମାନେ । ଦେଶସାରା ଲକ୍‌ଡାଉନ୍ ଜାରି ରହିଥିବାରୁ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ କିଏ ଚାଲି ଚାଲି ତ କିଏ ସାଇକେଲ୍‌ରେ ନିଜ ଅଂଚଳକୁ ଫେରୁଥିବାର ଦୃଶ୍ୟ ଦେଖାଯାଇଥିବାବେଳେ କିଛି ପ୍ରବାସୀ ଶ୍ରମିକମାନେ ନିଜ ଖର୍ଚ୍ଚରେ ମଧ୍ୟ ଗାଡି ଭଡା କରି ପହଞ୍ôଚଛନ୍ତି । ସେହିଭଳି ଆଜି ତାମିଲନାଡୁର ଏକ କଂପାନୀରେ କାମ କରୁଥିବା ହଦଗଡ ଅଂଚଳର ୧୦ ଜଣ ପ୍ରବାସୀ ଶ୍ରମିକ ନିଜ ଖର୍ଚ୍ଚରେ ବସ୍ ଯୋଗେ ଭଦ୍ରକର ବନ୍ତଛକ ଠାରେ ଆସି ପହଞ୍ôଚଛନ୍ତି । ସେମାନଙ୍କୁ ତାଙ୍କ ସରପଞ୍ଚ ଆସି ନେବାକୁ କହିବାରୁ ସେମାନେ ଏଠାରେ ଅପେକ୍ଷା କରି ରହିଥିବାର ଦେଖାଯାଇଥିଲା । ଅନୁରୂପ କୋଲକାତାରୁ କଟକ ଜିଲାର ୩ ଜଣ ଓ କେନ୍ଦୁଝର ଜିଲାର ୩ ଜଣ ପ୍ରବାସୀ ଶ୍ରମିକ ନିଜ ଖର୍ଚ୍ଚରେ ଏକ ଗାଡି ୧୮ ହଜାର ଟଙ୍କାକୁ ଭଡା କରି ଆସି ଏଠାରେ ପହଞ୍ôଚବା ପରେ ସେମାନଙ୍କ ପାଖରେ ୧୬ ହଜାର ୫ ଶହ ଟଙ୍କା ଥିବାରୁ ଗାଡି ଡ୍ରାଇଭର ଓ ପ୍ରବାସୀ ଶ୍ରମିକମାନେ ପଇସା ପାଇଁ ଯୁକ୍ତିତର୍କ ଲାଗିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.